Pratidin TV

Odisha's Digital News Platform

ରୁଚିକାଙ୍କ ନ୍ୟାୟ ଦାବିରେ ପୋଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତୀ : ଅକ୍ଷୟ କୁମାରଙ୍କ ସହ ୫୦ ଅଟକ

1 min read

ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ମୃତ୍ୟୁକୁ ୧୮ ଦିନ ହୋଇଯାଇଥିଲେ ସୁର୍ଦ୍ଧା ପ୍ରଶାସନ କି ସରକାର କାହାରି ବି ହସ୍ତକ୍ଷପ ନାହିଁ ଏଇ ମାମଲାରେ । ତେବେ ଏନେଇ ନ୍ୟାୟଦାବିରେ ନବ ନିର୍ମାଣ କୃଷି ସଂଗଠନ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ।

ଆଜି ଭୁବନେଶ୍ୱର,ଆଠଗଡ,ଭଦ୍ରକ ଓ ଜଗତସିଂହପୁର ଠାରେ ଜୋର ଧରିଥିଲା ଏହି ଆନ୍ଦୋଳନ । ତେବେ ନ୍ୟାୟ ଦାବି ପାଇଁ ଉଭୟ ଦଳ ନବୀନ ନିବାସକୁ ଯିବା ସମୟରେ ପୋଲିସ ଓ ନବନିର୍ମାଣ ଯୁବଛାତ୍ର ସଂଗଠନର ଓ ନବ ନିର୍ମାଣ କୃଷକ ସଂଗଠନର ମୁହାମୁହିଁ ହୋଇଥିଲା । ଫଳରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରିୟ ସଂଯୋଜକ ଅକ୍ଷୟ କୁମାରଙ୍କ ସହ ୫୦ ଜଣଙ୍କୁ ଊଠାଇ ନେଇଥିଲା ପୋଲିସ ।

Advertisement

Leave a Reply

Your email address will not be published. Required fields are marked *