Pratidin TV

Odisha's Digital News Platform

ସାନବୋହୂକୁ ପୋଡିମାରି ବାପ ଘରକୁ ଖବର ଦେଲା ପିଶାଚ ଦେଢଶୁର…

1 min read

ପିଶାଚ ଦେଢଶୁର ସାନବୋହୂକୁ ପୋଡି ମାରି ବାପ ଘରକୁ ଦେଲା ଖବର । ସାନଭାଇର ମୃତ୍ୟୁ ପାଇଁ ରାଗ ରଖିଥିବା ଦେଢଶୂର ଜଣକ ଶନିବାର ଦିନ ଭାଇବୋହୂଙ୍କ ଉପରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା କଥା ପୁଲିସ କହିଛି । ଏପରି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରତ୍ଲାମ ଜିଲ୍ଲାରେ । ପାରିବାରିକ କଳହକୁ ନେଇ ବ୍ୟକ୍ତି ଜଣକ ଏଭଳି ଉନ୍ମକ୍ତ କାଣ୍ଡ ଘଟାଇଛି । ତେବେ ମହିଳା ଜଣକ ହେଉଛନ୍ତି ନିର୍ମଳା ।

ସୂଚନା ମୁତାବିକ ମହିଳାଙ୍କ ସ୍ୱାମୀ ପ୍ରକାଶ ମାସ ପୂର୍ବରୁ ଜୀବନ ହାରି ମୃତ୍ୟୁ ବରଣ କରିଥିଲେ । ହେଲେ ପ୍ରକାଶଙ୍କ ବଡ଼ ଭାଇ ସୁରେଶ ତାଙ୍କ ବୋହୂକୁ ନିଜ ସାନଭାଇକୁ ଆତ୍ମହତ୍ୟା ପାଇଁ ଦାୟୀ କରୁଥିଲେ । ତେବେ ସ୍ୱାମୀଙ୍କ ମୃତ୍ୟୁ ପରଠାରୁ ନିର୍ମଳା ତାଙ୍କ ଦୁଇ ପିଲାଙ୍କ ସହିତ ତାଙ୍କ ଶାଶୁ ଘରେ ରହୁଥିଲେ । କିନ୍ତୁ ସାନଭାଇଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରି ଘୃଣା କରିଥିଲେ ଦେଢଶୂର । ଶନିବାର ଦିନ ସୁରେଶ ମହିଳ ତାଙ୍କର ମୃତ୍ୟୁବରଣ କରିଥିବା ପୋଲିସ କହିଛି । ସେପଟେ ନିର୍ମଲାଙ୍କୁ ଭାଇଙ୍କୁ ଦେଢଶୁର ଫୋନକରି ନିଜ ଭଉଣୀର ମୃତ୍ୟୁ ଖବର ଦେଇଥିଲେ । ମୃତ ନିର୍ମଳାଙ୍କ ଭାଇ ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ସୁରେଶଙ୍କଠାରୁ ଏକ କଲ ପାଇଥିଲୁ ଯେ ଆମେ ତୁମ ଭଉଣୀକୁ ନିଆଁ ଲଗାଇ ଦେଇଛୁ ବୋଲି । ଭିଣୋଇଙ୍କ ମୃତ୍ୟୁ ପାଇଁ ସୁରେଶ ଆମ ଭଉଣୀକୁ ଦାୟୀ କରୁଥିଲେ । ଭଉଣୀକୁ ମାରିଦେବେ ବୋଲି ମଧ୍ୟ ସେମାନେ ଧମକ ଦେଉଥିଲେ । ପରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ଦେଢଶୂରକୁ ଗିରଫ କରିଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *