Pratidin TV

Odisha's Digital News Platform

ଦିବ୍ୟାଙ୍ଗ ବସନ୍ତଙ୍କ ସମସ୍ୟାର ସମାଧାନ କଲେ ୫ଟି ଅଧ୍ୟକ୍ଷ , ମାତ୍ର ୧ ଘଣ୍ଟାରେ ନେଲେ ଆକ୍ସନ …

ସୁନ୍ଦରଗଡ ; ପୁଣି ଜନସାଧାରଣଙ୍କ ମନ ଜିଣିଲେ ୫ଟି ଅଧ୍ୟକ୍ଷ । ରାଜଗାଙ୍ଗପୁର ରାଜଗାଙ୍ଗପୁର ଗସ୍ତ ରେ ଆସି ୫ ଟି ଅଧ୍ୟକ୍ଷ ବିଭିନ୍ନ ପ୍ରକଳ୍ପ ର ଭେଟି ଦେବା ସହିତ ଅଭିଯୋଗ ପତ୍ର ମଧ୍ୟ ଗ୍ରହଣ କରିଥିଲେ ଓ ଏକ ମାସ ମଧ୍ୟରେ ସମସ୍ତ ଅଭିଯୋଗ ର ସମାଧାନ କରାଯିବ ନିମନ୍ତେ ପ୍ରତିଶୃତି ମଧ୍ୟ ଦେଇଥିଲେ ।

ପାଣ୍ଡିଆନ ସଭାସ୍ଥଳରେ ବସିଥିବା ସମସ୍ତ ଜନସାଧାରଣ ଙ୍କ ପାଖକୁ ଯାଇ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ କିନ୍ତୁ ଏଥି ମଧ୍ୟରୁ ବାଦ ପଡ଼ିଥିଲେ ରାଜଗାଙ୍ଗପୁରର ଦିବ୍ୟାଙ୍ଗ ବସନ୍ତ ନିମ ଶ୍ରେଷ୍ଠ ବହୁ ଚେଷ୍ଟା କରିବା ପରେ ମଧ୍ୟ ସଭାସ୍ଥଳରେ ଅଭିଯୋଗ ପତ୍ର ପ୍ରଦାନ କରି ପାରିନଥିଲେ ଶେଷରେ ନିରାଶ ହୋଇ ଅଭିଯୋଗ ପତ୍ର ଧରି ଭି କେ ପାଣ୍ଡିଆନ ଯିବା ବାଟ ରେ ଦିବ୍ୟାଙ୍ଗ ବସନ୍ତ ନିମ ଶ୍ରେଷ୍ଠ ବସିଥିଲେ। ହେଲି ପ୍ୟାଡ଼ ନିକଟକୁ ଭି କେ ପାଣ୍ଡିଆନ କାର କେଡ ଯାଉଥିବା ସମୟରେ ହଠାତ ଦିବ୍ୟାଙ୍ଗ ଉପରେ ୫ ଟି ଅଧ୍ୟକ୍ଷ ଙ୍କ ନଜର ପଡିଥିଲା। କାରକେଡକୁ ଅଟକାଇ ଓହ୍ଲାଇପଡିଥିଲେ ଭି କେ ପାଣ୍ଡିଆନ,ଏହା ଦେଖି ଦିବ୍ୟାଙ୍ଗ ମୋତେ କ୍ରୀଡା ନିମନ୍ତେ ଏକ ସ୍ପୋର୍ଟ ହ୍ବିଲ ଚେୟାର ଦରକାର ବୋଲି ଅନୁରୋଧ କରିଥିଲେ।

୫ ଟି ଅଧ୍ୟକ୍ଷ ତାଙ୍କ ହାତରୁ ଅଭିଯୋଗ ପତ୍ର ଗ୍ରହଣ କରି ହ୍ବିଲ ଚେୟାର ଟି ମିଳିଯିବ ବୋଲି କହି ପଳାଇଥିଲେ । ମାତ୍ର ୧ ଘଣ୍ଟା ପରେ ଜିଲ୍ଲା ପ୍ରସାସନ ଦିବ୍ୟାଙ୍ଗ ବସନ୍ତ ନିମ ଶ୍ରେଷ୍ଠ ଙ୍କୁ ୩୦,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହିତ ସ୍ପୋର୍ଟ ହ୍ବିଲ ଚେୟାର ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।ଦିବ୍ୟାଙ୍ଗ ବସନ୍ତ ବିଭିନ୍ନ କ୍ରୀଡା ରେ ଭାଗ ଓଡିଶା ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ସ୍ପୋର୍ଟ ହ୍ବିଲ ଚେୟାର ନଥିବାରୁ କ୍ରୀଡ଼ାର ଅଭ୍ୟାସ ନିମନ୍ତେ ବହୁ ଅସୁବିଧା ହେଉଥିଲା ଏନେଇ ୫ଟି ଅଧ୍ୟକ୍ଷ ଙ୍କୁ ଏକ ଅଭିଯୋଗ ପତ୍ର ଦେଇଥିଲେ। ଅର୍ଥ ରାଶି ପାଇବା ପରେ ଦିବ୍ୟାଙ୍ଗ ବସନ୍ତ ନିମ ଶ୍ରେଷ୍ଠ ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *