Pratidin TV

Odisha's Digital News Platform

ମାଳଦ୍ୱୀପରେ ଲକ୍ଷାଦ୍ୱୀପ ଝଡ ; ମୋଦିଙ୍କ ଉପରେ ‘ଅପମାନଜନକ’ ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ୩ ମନ୍ତ୍ରୀ ……

1 min read

ନୂଆଦିଲ୍ଲୀ ; ଭାରତ ସହ ମୋଦୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ମାଲଦ୍ୱୀପର ୩ ମନ୍ତ୍ରୀ । ସ୍ଥାନୀୟ ଗଣମାଧ୍ୟମ ଆଟଲ ଟାଇମ୍ସ ରିପୋର୍ଟ କରିଛି ଯେ ମାଲଦ୍ୱୀପ ସରକାର ଏହାର ତିନିଜଣ ମନ୍ତ୍ରୀ- ମରିୟମ ଶିୟୁନା, ମାଲଶା ସରିଫ୍‌ଏବଂ ହାସନ ଜିହାନଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ନିଲମ୍ବିତ କରିଛନ୍ତି।ସ୍ଥାନୀୟ ଗଣମାଧ୍ୟମ ମାଲଦ୍ୱୀପ ସରକାରୀ ମୁଖପାତ୍ର ଇବ୍ରାହିମ ଖାଲିଲଙ୍କ ଉଦ୍ଧେଶ୍ୟରେ କହିଛନ୍ତି ଯେ ଏହି ମନ୍ତବ୍ୟ ପାଇଁ ଦାୟୀ ସମସ୍ତ ସରକାରୀ କର୍ମଚାରୀଙ୍କୁ ତୁରନ୍ତ ସେମାନଙ୍କ ପଦବୀରୁ ନିଲମ୍ବିତ କରାଯାଇଛି।

ଏହି ୩ ମନ୍ତ୍ରୀଙ୍କ ମଧ୍ୟରେ ୨ ମହିଳା ମନ୍ତ୍ରୀ ମଧ୍ୟ ରହିଛନ୍ତି । ଏମାନେ ନିଜ ବ୍ୟାକ୍ତିଗତ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ପୋଷ୍ଟଗୁଡିକ କରିଥିଲେ । । ଯାହା ଭାରତ ମାଳଦ୍ୱୀପର ଦ୍ୱୀପାକ୍ଷିକ ସର୍ମ୍ପକକୁ ପ୍ରଭାବିତ କରିଥିଲା । ଦେଶରେ ପୂର୍ବତନ ତଥା ପ୍ରଥମ ଲୋକତାନ୍ତ୍ରୀକ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ନାସିଦ ନିନ୍ଦା କରିଥିଲେ । ମାଳଦ୍ୱୀପ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ଏକ ପ୍ରେସବିଜ୍ଞପ୍ତି ଜାରି କରି ଏହି ପ୍ରସଙ୍ଗରେ ଦେଶରେ ଆଭିମୁଖ୍ୟ ସ୍ପଷ୍ଟ କରିଛି । ଏହି ବିବାଦୀୟ ମନ୍ତବ୍ୟ ସେମାନଙ୍କର ବ୍ୟକ୍ତିଗତ ମନ୍ତବ୍ୟ ଓ ସରକାରୀ ପଦବୀରେ ଥାଇ ପଡୋଶୀ ଦେଶ ସହ ସର୍ମ୍ପକକୁ ଖରାପ କରିବା ଅଭିଯୋଗରେ ସେମାନଙ୍କୁ ଦାୟିତ୍ୱରୁ ନିଲମ୍ବିତ କରାଯାଇଛି ।

Advertisement

ପ୍ରଧାନମନ୍ତ୍ରୀ ନିକଟରେ ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ । ସେଠାକାର କିଛି ଫଟୋ ସେ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଲେଖିଥିଲେ, ଯେଉଁମାନଙ୍କୁ ରୋମାଞ୍ଚ ପସନ୍ଦ ସେମାନେ ଲାକ୍ଷାଦ୍ୱୀପ ନିଶ୍ଚୟ ଯାଆନ୍ତୁ । ଏହା ପରେ ହଠାତ୍ ଗୁଗୁଲରେ ଲାକ୍ଷାଦ୍ୱୀପକୁ ବହୁ ସଂଖ୍ୟାରେ ଲୋକେ ସର୍ଚ୍ଚ କରିଥିଲେ । ଚର୍ଚ୍ଚା ଜୋରସୋରରେ ହେବା ପରେ ମାଳଦ୍ୱୀପ ପଟୁ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଥିଲା । ମାଳଦ୍ୱୀପ ସରକାରର ମନ୍ତ୍ରୀ ମୋଦୀଙ୍କ ଫଟୋ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ପର୍ଯ୍ୟଟନ କ୍ଷେତ୍ରରେ ଆମ ସହ ପ୍ରତିଦ୍ୱନ୍ଦିତା କରିବାର ଧାରଣା ରଖିବା ହିଁ ଭୁଲ । ଆମେ ପ୍ରଦାନ କରୁଥିବା ସେବା ଗୁଡ଼ିକ ସେମାନେ କିପରି ପ୍ରଦାନ କରିପାରିବେ ? ସେମାନେ ଏତେ ପରିଷ୍କାର କିପରି ହୋଇପାରିବେ ବୋଲି ପ୍ରତିକ୍ରିୟା ଦେଇଥିଲେ ।

Leave a Reply

Your email address will not be published. Required fields are marked *