Pratidin TV

Odisha's Digital News Platform

ସରକାର ନେଲେ ବଡ଼ ନିଷ୍ପତ୍ତି , ଆଉ ମିଳିବନି ମଦ !

1 min read

ରାମଲଲାଙ୍କ ମୂର୍ତ୍ତି ରାମ ମନ୍ଦିରରେ ପ୍ରତିଷ୍ଠା ହେବ । ପ୍ରାଣ ପ୍ରତିଷ୍ଠାର ସେହି ବିରଳ ମୁହୂର୍ତ୍ତ ଅପେକ୍ଷାରେ ରହିଛନ୍ତି କୋଟି କୋଟି ଭାରତୀୟ । ଆସନ୍ତା ଜାନୁଆରି ୨୨ରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏନେଇ ସାରା ଦେଶବାସୀ ପ୍ରାଣପ୍ରତିଷ୍ଠା ଉତ୍ସବର ପ୍ରସ୍ତୁତି ରେ ଲାଗି ପଡିଛନ୍ତି । ତେବେ ଏହି ଦିନକୁ ଆସାମ ସରକାର ଡ୍ରାଏ ଡେ ଭାବରେ ଘୋଷଣା କରିଛନ୍ତି । ସୂଚନାନୁଯାୟୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ , ଆସାମରେ ଜାନୁଆରୀ ୨୨ ତାରିଖ ମଦ ବିକ୍ରି ଉପରେ ରୋକ ଲଗାଇଛନ୍ତି ସରକାର । ଆସାମର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନଟରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକ ପରେ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଜୟନ୍ତ ମଲ୍ଲା ବରୁଆ କହିଛନ୍ତି, ରାମ ମନ୍ଦିର ଉଦ୍ଦଘାଟନ ଉପଲକ୍ଷେ ଆସାମ ସରକାର ଜାନୁଆରୀ ୨୨ତାରିଖକୁ ଡ୍ରାଏ ଡ଼େ ଭାବେ ଘୋଷଣା କରିଛନ୍ତି ।ଏହି ଉତ୍ସବରେ କେବଳ ଦେଶ ନୁହେଁ ବରଂ ବିଶ୍ୱର ୫୫ଟି ଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଯୋଡ଼ିବା ପାଇଁ ପ୍ରୟାସ କରାଯାଉଛି । ଏହି କାର୍ଯ୍ୟକ୍ରମ ପୂର୍ବରୁ ବିଶ୍ୱ ହିନ୍ଦୁ ପରିଷଦ ବିଦେଶରେ ଏହି କାର୍ଯ୍ୟକ୍ରମ ପାଳନ କରିବାକୁ ଯୋଜନା ପ୍ରସ୍ତୁତ କରିଛି ।

Advertisement

Leave a Reply

Your email address will not be published. Required fields are marked *