Pratidin TV

Odisha's Digital News Platform

ଅଗଷ୍ଟରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ : ଏହି ଦିନ ଗୁଡିକ ପୂର୍ବରୁ ହିଁ ସାରିଦିଅନ୍ତୁ ନିଜର ବ୍ୟାଙ୍କ କାମ

1 min read

ନୂଆଦିଲ୍ଲୀ: ଅଗଷ୍ଟ ମାସ ଆରମ୍ଭ ହୋଇସାରିଥିବା ବେଳେ ଚଳିତ ମାସରେ ବ୍ୟାଙ୍କଗୁଡିକ ଅଧିକ ଦିନ ପାଇଁ ବନ୍ଦ ହେବାକୁ ଯାଉଛି । ଆଜି ହେଉଛି ୪ ଅଗଷ୍ଟ ଏବଂ ଆଜିଠାରୁ ବ୍ୟାଙ୍କଗୁଡିକ ଏହି ମାସରେ ୧୭ ଦିନ ବନ୍ଦ ହେବାକୁ ଯାଉଛି । କେବଳ ଏତିକି ନୁହେଁ ଅନେକ ଛୁଟିଦିନ ଲଗାତାର ଭାବେ ପଡ଼ୁଛି । ଏପରି ପରିସ୍ଥିତିରେ ଯଦି ଅଗଷ୍ଟ ମାସରେ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କମା ଅଛି, ତେବେ ଏହି ଖବରଟି ନିଶ୍ଚିତ ପଢ଼ନ୍ତୁ ।

Advertisement

ଅଗଷ୍ଟ ୨୦୨୨ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଛୁଟିଦିନର ଲିଷ୍ଟ ପ୍ରକାଶ କରିଛି । ଆସନ୍ତୁ ଦେଖିବା ଲିଷ୍ଟ୍

ଅଗଷ୍ଟ ୧ : ଦ୍ରୁପକା ସି-ଜେ (ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ)

ଅଗଷ୍ଟ ୭: ପ୍ରଥମ ରବିବାର (ସାପ୍ତାହିକ ଛୁଟି)

ଅଗଷ୍ଟ ୮: ମହରମ (ଜାମୁକାଶ୍ମୀର ରେ ବ୍ୟାଙ୍କ ବନ୍ଦ)

ଅଗଷ୍ଟ ୯: ମହରମ (ଅଗରତାଲା, ଅହମ୍ମଦାବାଦ, ଆଇଜଲ୍, ବେଲାପୁର, ବେଙ୍ଗାଲୁରୁ, ଭୋପାଳ , ଚେନ୍ନାଇ, ହାଇଦ୍ରାବାଦ, ଜୟପୁର, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା, ରାୟପୁର ଏବଂ ରାଞ୍ଚିରେ ବ୍ୟାଙ୍କ୍‌ ବନ୍ଦ)

ଅଗଷ୍ଟ ୧୧ : ରାକ୍ଷୀ ପୂର୍ଣ୍ଣିମା (ସବୁସ୍ଥାନରେ ଛୁଟି ଦିନ )

ଅଗଷ୍ଟ ୧୨ : ରାକ୍ଷୀ ପୂର୍ଣ୍ଣିମା (କାନପୁର-ଲକ୍ଷ୍ନୌରେ ବ୍ୟାଙ୍କ ବନ୍ଦ)

ଅଗଷ୍ଟ ୧୩ : ଦ୍ୱିତୀୟ ଶନିବାର (ସାପ୍ତାହିକ ଛୁଟି)(ସବୁସ୍ଥାନରେ ବନ୍ଦ)

ଅଗଷ୍ଟ ୧୪ : ରବିବାର (ସାପ୍ତାହିକ ଛୁଟି) (ସବୁସ୍ଥାନରେ ବନ୍ଦ)

ଅଗଷ୍ଟ ୧୫ : ସ୍ୱାଧୀନତା ଦିବସ (ସବୁସ୍ଥାନରେ ବନ୍ଦ)

ଅଗଷ୍ଟ ୧୬ : ପାର୍ସୀ ନୂତନ ବର୍ଷ (ମୁମ୍ବାଇ- ନାଗପୁରରେ ବ୍ୟାଙ୍କ ବନ୍ଦ)

ଅଗଷ୍ଟ ୧୮ : ଜନ୍ମାଷ୍ଟମୀ ( ଛୁଟିଦିନ)

ଅଗଷ୍ଟ ୧୯ : ଜନ୍ମାଷ୍ଟମୀ / କୃଷ୍ଣ ଜୟନ୍ତୀ (ଅହମ୍ମଦାବାଦ, ଭୋପାଳ, ଚଣ୍ଡିଗଡ଼, ଚେନ୍ନାଇ, ଗ୍ୟାଙ୍ଗଟକ, ଜୟପୁର, ଜମ୍ମୁ, ପାଟନା, ରାୟପୁର, ରାଞ୍ଚି, ଶିଲୋଙ୍ଗ, ଶିମଲା, ଶ୍ରୀନଗରରେ ବ୍ୟାଙ୍କ ବନ୍ଦ)

ଅଗଷ୍ଟ ୨୦ : କୃଷ୍ଣ ଅଷ୍ଟମୀ (ହାଇଦ୍ରାବାଦ)

ଅଗଷ୍ଟ ୨୧ : ରବିବାର (ସାପ୍ତାହିକ ଛୁଟି)

ଅଗଷ୍ଟ ୨୭ : ଚତୁର୍ଥ ଶନିବାର (ସାପ୍ତାହିକ ଛୁଟି)

ଅଗଷ୍ଟ ୨୮ : ରବିବାର (ସାପ୍ତାହିକ ଛୁଟି)

ଅଗଷ୍ଟ ୨୯ : ଶ୍ରୀମନ୍ତ ଶଙ୍କରଦେବ ତିଥି (ଗୁଆହାଟି)

ଅଗଷ୍ଟ ୩୧: ଗଣେଶ ଚତୁର୍ଥୀ (ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକରେ ବ୍ୟାଙ୍କ ବନ୍ଦ)

Leave a Reply

Your email address will not be published. Required fields are marked *