Pratidin TV

Odisha's Digital News Platform

ସତ ହେଲା ସିନ୍ଧୁଙ୍କ ସ୍ୱପ୍ନ : ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ

1 min read

ନୂଆଦିଲ୍ଲୀ : ୨୦୨୨ ଭାରତ ରାଜ୍ୟ ଗୋଷ୍ଠୀ କ୍ରୀଡାର ଶେଷ ଦିନରେ ନିଜର କମାଲ ଦେଖାଇଲେ ଭାରତର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁ । ମହିଳା ସିଙ୍ଗଲ ଫାଇନାଲରେ ସେ କାନାଡାର ମିଚେଲ ଲିଙ୍କୁ ୨-୦ ରେ ପରାସ୍ତ କରି ରାଜ୍ୟ ଗୋଷ୍ଠୀ କ୍ରୀଡାର ବ୍ୟାଡମିଣ୍ଟନ କ୍ରୀଡାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ।୨୧-୧୫,୨୧-୧୩ରେ ହରାଇ ସ୍ୱର୍ଣ୍ଣ ଜିତିଲେ ସିନ୍ଧୁ ।ଏହା ସିନ୍ଧୁଙ୍କ ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଅଟେ । ଏହା ପୂର୍ବରୁ ସେ ୨୦୧୪ ରେ ରୋପ୍ୟ ଓ ୨୦୧୮ ରେ ବ୍ରୋଞ ଜିତିଥିଲେ ସେ ।


ଫାଇନାଲ ମ୍ୟାଚ୍ ପୂର୍ବରୁ ସିନ୍ଧୁଙ୍କ ବାମଗୋଡରେ ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ ,ସେ ଏସବୁ ଏହାକୁ ଖାତିର ନକରି ଲିଙ୍କ ବିପକ୍ଷରେ ଲଢେଇ କରି ଜିତିଆଣି ଥିଲେ ନିଜ ପାଇଁ ତଥା ନିଜ ଦେଶ ପାଇଁ ଗର୍ବ ଗୌରବ ସହ ଅନେକ ସମ୍ମାନ ।

Advertisement

Leave a Reply

Your email address will not be published. Required fields are marked *