Pratidin TV

Odisha's Digital News Platform

ପାରାଦୀପ ପୋର୍ଟ ଲାଞ୍ଚ ମାମଲା : ଜାମିନ୍‌ରେ ଆସିଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ

1 min read

ଭୁବନେଶ୍ୱର : ଗତମାସ ଶିଳ୍ପପତ୍ତି ମହିମା ମିଶ୍ରଙ୍କ ଘରେ ରେଡ୍ ପକାଇବା ସହ ତାଙ୍କର ୨ ପୁଅ ଓ ମହିମା ମିଶ୍ରଙ୍କୁ ଜେରା କରିଥିଲା ପୋଲିସ । ଏହାପରେ ପାରାଦୀପ ପୋର୍ଟରେ ମଧ୍ୟ ରେଡ୍ ପକାଇଥିଲା ଟିମ୍ । ଫଳତ ପାରାଦୀପ ପୋର୍ଟ ମନିଂ ଲଣ୍ଡରିଂ ମାମଲାରେ ସିବିଆଇ ଟିମ୍ ଶିଳ୍ପତ୍ତିଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କ ସହ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର,ଓଏସଲ ଅପରେସନ ଡିଜିଏମ୍‌,ପୋର୍ଟ ଅପରେସନ ମ୍ୟାନେଜର ଓ ଜଣେ ଠିକା କର୍ମଚାରୀଙ୍କୁ ଅଗଷ୍ଟ ୬ ତାରିଖରେ ଗିରଫ୍ କରିଥିଲା ।

ତେବେ ଆଜି ଚର୍ଚ୍ଚିତ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛି ସିବିଆଇ କୋର୍ଟ । ସର୍ତ୍ତମୂଳକ ଜାମିନ୍ରେ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଓ ପାସପୋର୍ଟ ଜମା ପାଇଁ ନିର୍ଦ୍ଦେଶ ରହିଛି। ଏହାଛଡ଼ା ପ୍ରତି ୧୫ ଦିନରେ ଥରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ମଧ୍ୟ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *