Pratidin TV

Odisha's Digital News Platform

ନିଜ ବ୍ୟକ୍ତିଗତ ଜୀବନର ବଡ ଖୁଲାସା କଲେ କରନ୍ ; ଏହି ଅଭିନେତ୍ରୀଙ୍କୁ କରୁଥିଲେ ଏକ ତରଫା ପ୍ରେମ

1 min read

ନୂଆଦିଲ୍ଲୀ : କଫି ଉଇଥ୍ କରନ ଶୋର ହୋଷ୍ଟ ଭାବରେ ତାଙ୍କୁ କିଏ ନଜାଣେ । ନିଜର ଖୁଲାମ ଖୁଲା କଥା , ଷ୍ଟାଇଲ ,ପର୍ସନାଲିଟିକୁ ନେଇ ବଲିଉଡ୍‌ରେ ବେସ୍ ନାଁ କରିଥିବା ନିର୍ଦ୍ଧେଶକ ଭିତରେ ଜଣେ କରନ ଜୋହର । ୧୯୭୨ ମସିହାରେ ମୁମ୍ବାଇ ଜନ୍ମଗ୍ରହଣ କରିଥିଲେ । ୧୯୯୫ ମସିହାରେ ‘ଦିଲ ୱାଲେ ଦୁଲହ୍ନିଆ ଲେ ଯାଏଙ୍ଗେ ’ରେ ସହକାରୀ ନିର୍ଦ୍ଦେଶକ(assistant director)ଭାବେ ବଲିଉଡ୍‌ରେ ଏଣ୍ଟ୍ରି ମାରିଥିଲେ । ଫିଲ୍ମଟି ସେ ସମୟରେ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବାରୁ କରନଙ୍କୁ ନିଜ କ୍ୟାରିୟରରେ ଆଗକୁ ବଢିବାର ଏକ ଗ୍ରୀନ ସିଗନାଲ ମିଳିଥିଲା ।

ଏହା ପରେ ପରେ ସେ ଅନେକ ଗୁଡିଏ ହିଟ୍ ଫିଲ୍ମ ଯଥା- କୁଛ କୁଛ ହୋତା ହେ, କଭିଖୁସି କଭିଗମ୍‌,କଭି ଅଲବିଦା ନା କେହେନା,ମାଇଁ ନେମ୍ ଇଜ୍ ଖାନ,ଷ୍ଟୁଡେଣ୍ଟ ଅଫ୍ ଦ ଇୟର,ୟେ ଦିଲ୍ ହେ ମୁସକିଲ୍ ଏଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଭେଟି ଦେଇଛନ୍ତି କରନ ।ତେବେ ଏହି ସଫଳ ପୁରୁଷ କରନ ୫୨ ବର୍ଷରେ ପହଞ୍ଚିଥିଲେ ମଧ୍ୟ ସେ ଆଜି ଯାଏଁ ବିବାହ କରିନାହନ୍ତି । ସେ ୨ଟି ଛୁଆ ରୁହି ଜୋହର ଓ ୟଶ୍ ଜୋହରଙ୍କୁ ଛୋଟବେଳୁ ଆଡପ୍ଟ କରି ନିଜ ନାମ ଦେଇଛନ୍ତି । ଏହା ସହ ସେ ଦୁହିଁଙ୍କର କରଣ ହେଉଛନ୍ତି ସିଙ୍ଗିଲ ପ୍ୟାରେଣ୍ଟ ।

Advertisement

କରନ ବେସ୍ ଖୋଲା ଚରିତ୍ରର ମଣିଷ ହୋଇଥିବାରୁ ସେ ନିକଟରେ ତାଙ୍କର ଏକ ବ୍ୟକ୍ତିଗତ ଜୀବନର ଖୁଲାସା କରିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ ବଲିଉଡ୍‌ର ଜଣେ ଅଭିନେତ୍ରୀଙ୍କୁ ଖୁବ୍ ପସନ୍ଦ କରନ୍ତି ବୋଲି କହିଥିଲେ । ଆଉ ସେ ଗୋଟେ ସମୟରେ ତାଙ୍କୁ ଏକ ତରଫା ପ୍ରେମ ମଧ୍ୟ କରୁଥିଲେ ଏହା ସହ କରନ ସେ ଅଭିନେତ୍ରୀଙ୍କୁ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ । ସେ ଅଭିନେତ୍ରୀ ଜଣେ ବଡ ଷ୍ଟାରଙ୍କ ପତ୍ନୀ ସହ ନିଜେ ମଧ୍ୟ ବେସ୍ ଫେମସ୍ ଇଣ୍ଡଷ୍ଠ୍ରିରେ ବୋଲି କହିଥିଲେ କରଣ । ତେବେ ସେ ହିରୋଇନ୍ ଜଣଙ୍କ ଆଉ କେହି ନୁହେଁ ବରଂ ଆମ ସମସ୍ତିଙ୍କ ପ୍ରିୟ ଚୁଲବୁଲି ନାୟିକା ‘କରିନା କପୁର ’ । କରନ ସେହି ସାକ୍ଷାତକାରରେ ପୁରା ଖୁଲାମ ଖୁଲା ଏହା ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *