Pratidin TV

Odisha's Digital News Platform

ଲିଭ୍‌-ଇନ୍‌ରେ ରହିବେ କିଆରା-ସିଦ୍ଧାର୍ଥ , ନିଜ ପାଇଁ ଖୋଜିଲେ ଫ୍ଲାଟ୍

1 min read

ନୂଆଦିଲ୍ଲୀ : ହଁ ଆଜ୍ଞା ଆପଣଙ୍କ ସେର୍‌ସାର ପ୍ରିୟ ଯୋଡି ଏବେ ଖୁବ୍ ଶୀଘ୍ର ବାନ୍ଧିହେବେ ବିବାହ ବନ୍ଧନରେ । ଏନେଇ କଫି ଉଇଥ୍ କରନ ଶୋ ରେ ନିଜ ରିଲେସନସିପ୍‌କୁ ନେଇ ଖୁଲାସା କରିଛନ୍ତି ଦୁହେଁ ଲଭ୍‌-ବାର୍ଡ । ବଲିଉଡ୍‌ର ବିୟୁଟିଫୁଲ୍ ଅଭିନେତ୍ରୀ କିଆରା ଆଡଭାନୀ ଏବଂ ହ୍ୟାଡ୍‌ସମ୍ ହଙ୍କ୍ ସିଦ୍ଧାର୍ଥ ମଲହୋଦ୍ରା ଆଗାମୀ ବର୍ଷ ହାତକୁ ଦୁଇହାତ ହେବାକୁ ଯାଉଛନ୍ତି । ଶୁଣିବାକୁ ମିଳୁଛି ଯେ ଦୁହେଁ ଆର ବର୍ଷ ଅର୍ଥାତ୍ ୨୦୨୩ ମସିହା ଏପ୍ରିଲମାସରେ ଦିଲ୍ଲୀରେ ବିବାହ କରିବାକୁ ଯାଉଛନ୍ତି । ଏବଂ ସେ ଦୁହେଁ ନିଜ ବିବାହକୁ କୌଣସି ଗ୍ରାଣ୍ଡ ସେରିମନିରେ ନୁହେଁ, ପାରିବାରିକ ଉତ୍ସବରେ ବିବାହ କରିବେ ବୋଲି ଜଣାଯାଇଛି। ଏହି ବିବାହରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ସାମିଲ ହେବେ।

ତେବେ ଆଉ କିଛି ମାସ ମଧ୍ୟରେ ଦୁହେଁ ପତିପତ୍ନୀ ସାଜିଲେ ମଧ୍ୟ ଦୁହେଁ ଦୁହିଁଙ୍କଠାରୁ ଦୂରେଇ ରହିବାକୁ ପସନ୍ଦ କରୁନାହାନ୍ତି । ତେଣୁ ବିବାହ ପୂର୍ବରୁ ସେମାନେ ନିଜ ପାଇଁ ନୂଆ ପ୍ଲାଟ୍ ଖୋଜିବା ଆରମ୍ଭ କରିଦେଇଛନ୍ତି । ଅର୍ଥାତ ଖୁବ୍ ଶୀଘ୍ର ଲିଭ୍-ଇନ୍ରେ ରହିବେ ଏହି ବିୟୁଟିଫୁଲ କପଲ୍ ।

Advertisement

ବିବାହ ପୂର୍ବରୁ ପରସ୍ପର ସହ ସମୟ ବିତାଇବା ସହ ଭଲ ଭାବେ ବୁଝିବାକୁ ସେମାନେ ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ସିଦ୍ଧାର୍ଥ ଏବଂ କିଆରା ଏବେ ମୁମ୍ବାଇରେ ନିଜ ପାଇଁ ନୂଆ ଘର ଖୋଜୁଥିବା ଜଣାଯାଇଛି । ଯେଉଁଠାରେ ଦୁହେଁ ସେମାନଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିପାରିବେ । ଯଦି ମନପସନ୍ଦର ଘର ନ ମିଳେ ତେବେ କିଆରା ସିଦ୍ଧାର୍ଥଙ୍କ ଘରକୁ ହିଁ ସିଫ୍ଟ ହୋଇଯିବେ ବୋଲି ସୂଚନା ମିଳିଛି ।

ନିକଟରେ କରଣ ଜୋହରଙ୍କ ଶୋ ‘କଫି ଉଇଥ୍ କରଣ’ରେ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ପରୋକ୍ଷରେ ନିଜ ସମ୍ପର୍କକୁ ସ୍ୱୀକାର କରିଛନ୍ତି। ଏହାବାଦ ସଲମାନ ଖାନଙ୍କ ବିଗ ବସ୍ରେ ପହଞ୍ଚିଥିବା ସିଦ୍ଧାର୍ଥ ମଲହୋତ୍ରାଙ୍କୁ ବିବାହ ବିଷୟରେ ପଚାରିବାରୁ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ସୂଚନା ଦେଇଛନ୍ତି ଏହି ହ୍ୟାଣ୍ଡସମ୍ ହିରୋ ।

Leave a Reply

Your email address will not be published. Required fields are marked *