Pratidin TV

Odisha's Digital News Platform

ବିଶ୍ୱାସଘାତକ ସାଜିଲା ସାଙ୍ଗ : ଆଖିକୁ ଗୁଳି ମାରି ଫେରାର୍ ହୋଇଗଲା ସାଙ୍ଗ

1 min read

ବାଲେଶ୍ୱର : ବିଶ୍ୱାସ ହେଉନଥିଲେ ବି ସତ । ବର୍ତ୍ତମାନ ସମୟରେ କୌଣସି ସର୍ମ୍ପକ ଚିରସ୍ଥାୟୀ ବା ବିଶ୍ୱସନୀୟ ନୁହେଁ । ସେ ପରିବାରର,ବନ୍ଦୁବର୍ଗ ଭିତରେ ହେଉ କିମ୍ବା ସାଙ୍ଗସାଥି ହୁଅନ୍ତୁ । ମଣିଷର ସ୍ୱାର୍ଥ ସରିଗଲେ ସର୍ମ୍ପକଟା ତା ପାଇଂ ବୋଝ ପାଲଟିଯାଏ । ଆଉ ସେ କରିବସେ ବିଶ୍ୱସଘାତକତା । ଏଭଳି କିଛି ବିଶ୍ୱାସଘାତକ ଭରା ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସହରରେ । ସାଙ୍ଗକୁ ଗୁଳି ମାରିଛି ସାଙ୍ଗ ।

ସୂଚନା ଅନୁଯାୟୀ ଗତକାଲି ବାଲେଶ୍ୱର ଜିଲ୍ଲାର ଆର୍ତ୍ତକବିରାଜ୍ ରୋଡ୍‌ରେ ବସି ଦୁଇ ବନ୍ଧୁ କମଳ ଓ ସୁଜଲ୍ କଥାବାର୍ତ୍ତା ହେଉଥିଲେ । କିନ୍ତୁ ହଠାତ୍ ଦୁହିଁଙ୍କ ମଧ୍ୟରେ କଣ ହୋଇଥିଲା କେଜାଣି , ସୁଜଲ ଘଟଣା ସ୍ଥଳରୁ ଉଠିଯାଇଁ କମଳଙ୍କ ଉପରକୁ ଗୁଳିମାଡ କରିଥିଲା । ଗୁଳିଟି ସିଧା ଯାଇ କମଳଙ୍କ ଆଖିରେ ବାଜିଥିଲା । ତେବେ ଘଟଣା ସ୍ଥଳରେ କମଳ ତଳେ ପଡିଯାଇଥିବା ବେଳେ , ସୁଜଲ ସେଠାରୁ ଫେରାର୍ ହୋଇଯାଇଥିଲା ।

Advertisement

ଗୁଳି ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ । ଏହାପରେ କମଳଙ୍କୁ ରାକ୍ତାକ୍ତ ଅବସ୍ଥାରେ ତଳେ ପଡିଥିବାଦେଖି ସ୍ଥାନୀୟ ଲୋକେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରିବାର ଲୋକେ ଖବର ପାଇ ଡାକ୍ତରଖାନାରେ ପହଞ୍ଚିଥିଲେ । ସେଠାରେ କମଳଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।

ତେବେ କମଳଙ୍କୁ ସୁଜଲ୍ କ’ଣ ପାଇଁ ଗୁଳିମାଡ କଲେ ତାହା ବର୍ତ୍ତମାନ ରହସ୍ୟ ଘେରରେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରା ଉଚରା ଚଲାଇବା ସହ ତଦନ୍ତ ଆରମ୍ଭ କରିଦେଇଛି । ଏହା ସହ ସୁଜଲକୁ ଧରିବାକୁ ଦୃଢ ପ୍ରଚେଷ୍ଟା ଚଳାଇଛି । କାରଣ ସୁଜଲ ଧରାପଡିଲେ ହିଁ ଏହି ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ ଜଣାପଡିବ ।

Leave a Reply

Your email address will not be published. Required fields are marked *