୧୨ଘଣ୍ଟାରେ ଭୀଷଣ ବାତ୍ୟାରେ ପରିଣତ ହେବ ‘ସି-ତ୍ରଙ୍ଗ’ , ବନ୍ଧରମାନଙ୍କ ପାଇଁ ଜାରି ହେଲା ୩ନଂ ବିପଦ ସଂକେତ ..
1 min readଭୁବନେଶ୍ୱର : ଆସନ୍ତା ୧୨ ଘଣ୍ଟା ରେ ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା ‘ସିତ୍ରାଙ୍ଗ’ । ବର୍ତ୍ତମାନ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛି ।
ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ସି-ତ୍ରାଙ୍ଗ ଘଣ୍ଟା ପ୍ରତି ୧୫ କିମି ବେଗ ରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିଛି, ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହା ବର୍ତ୍ତମାନ ସାଗର ଦ୍ଵୀପପୁଞ୍ଜ ଠାରୁ ଦକ୍ଷିଣ ଦିଗରେ ୫୦୦ କିମି ଦୂରରେ ପୂର୍ବ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି ।
ତେବେ ଏହି ବାତ୍ୟାର ପ୍ରଭାବ ଓଡିଶାର କିଛି ଜିଲ୍ଲାରେ ଦେଖାଦେବ । ସିତ୍ରାଙ୍ଗ ପ୍ରଭାବରେ ଆଜି ଉଡିଶାର ପ୍ରାୟ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ଦେଖାଦେଇପାରେ । ଏହି ଜିଲ୍ଲାଗୁଡିକ ହେଲା – ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡା,ଜଗତସିଂହପୁର,
ଯାଜପୁର ଓ କଟକ । ସେହିପରି ଉପକୂଳ ଓଡ଼ିଶାରେ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ରହିପାରେ। ସିତ୍ରାଙ୍ଗ ପାଇଁ ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।