ବିଦ୍ୟାଳୟର ବାର୍ଷିକ କ୍ରୀଡାରେ ଅଘଟଣ : ଖେଳ ସମୟରେ ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍
1 min readବଲାଙ୍ଗିର : ବିଦ୍ୟାଳୟର ବାର୍ଷିକ କ୍ରୀଡା ବେଳେ ଘଟିଯାଇଛି ଏକ ଲୋମହର୍ଷକର ଘଟଣା । ଜଣେ ଛାତ୍ରଙ୍କ ହାତରୁ ଜାବେଲିନ୍ ଖସି ଆଉ ଜଣେ ଛାତ୍ରଙ୍କ ବେକରେ ଗଳିଯାଇଛି । ଏଭଳି ଏକ ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ଘଟିଛି ।
ସୂଚନା ଅନୁୁଯାୟୀ ଶନିବାର ଦିନ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ପ୍ରତିଯୋଗିତା ପୂର୍ବରୁ ଛାତ୍ରମାନେ ନିଜ ନିଜ ପସନ୍ଦ ମୁତାବକ ଖେଳର ପ୍ରାକ୍ଟିସ୍ କରିଥିଲେ । ସେଠାରେ ସମସ୍ତ ଖେଳ ସହ ଜାଭେଲିନ୍ର ମଧ୍ୟ ପ୍ରାକ୍ଟିସ୍ ଚାଲିଥିଲା । ଏହି ସମୟରେ ହଠାତ୍ ଜଣେ ଛାତ୍ର ଛାଭେଲିନ୍ ଥ୍ରୋ ପ୍ରାକ୍ଟିସ୍ କରୁଥିବା ବେଳେ ତାହା ଗୁରୁଦେବ ମେହେରଙ୍କ ପୁଅ ସଦାନନ୍ଦ ମେହେରଙ୍କ ବେକରେ ପଶିଯାଇଥିଲା । ସଦାନନ୍ଦଙ୍କ ଚିତ୍କାର ଶୁଣି ଛାତ୍ରଛାତ୍ରୀ ଏବଂ ସ୍କୁଲ କର୍ତ୍ତୃପକ୍ଷ ସେଟାରେ ପହଞ୍ଚିଥିଲେ । ଏହାପରେ ସଦାନନ୍ଦଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଇଥିଲେ । ଏକ ସର୍ଜରୀ ଟିମ୍ ପାଖାପାଖି ୧ ଘଣ୍ଟା କାଳ ପର୍ଯ୍ୟନ୍ତ ସଦ।।ନନ୍ଦଙ୍କ ଅପରେଶନ ଚଳାଇଥିଲେ । ଏହାପରେ ଜାଭେଲିକୁ ସଦାନ୍ଦଙ୍କ ବେକରୁ କଢାଯାଇଛି । ଏବଂ ବର୍ତ୍ତମାନ ସଦାନନ୍ଦ ସୁରକ୍ଷିତ ଥିବା ଜଣାପଡିଛି ।
ସପୃକ୍ତ ଘଟଣାର ଖବର ପାଇ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୁଖ ମେଡିକାଲରେ ପହଞ୍ଚିଥିଲେ । ଅନ୍ୟପଟେ ସଦାନ୍ଦଙ୍କ ଚିକିତ୍ସାପାଇଂ ରେଡକ୍ରସ ତରଫରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।ଏହା ସହ ତାଙ୍କର ସମସ୍ତଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।
ତେବେ ଜାଭଲେନି ଭଳି ଖେଳ ବିଦ୍ୟାଳୟର ପିଇଟି ଶିକ୍ଷକଙ୍କ ଉପସ୍ଥିତିରେ ସବୁ ପ୍ରକାରର ସୁରକ୍ଷା ସହ କରାଯାଇଥାଏ । ଯାହା ଦ୍ୱାରା ଜଭେଲିନ୍ ଏକ ଜନଶୂନ୍ୟ ଜାଗାରେ ଆୟୋଜିତ କରାଯାଏ । କିନ୍ତୁ ବିଦ୍ୟାଳୟର କେଉଁ ପରିସ୍ତିତିରେ ଏଭଳି ଅସୁରକ୍ଷିତ ଘଟଣାଟି ଘଟିଗଲା । ତାହା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶ୍ନ କରିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ ଏହି ଘଟଣାର ତଦନ୍ତ କରାଯିବ ଏବଂ ଏଥିରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।