Pratidin TV

Odisha's Digital News Platform

(ଭିଡିଓ)‘ଜାନୁଆରି ୨୬ ପୂର୍ବରୁ ଓଡିଶାକୁ ମିଳିବ 5G ସେବା’ – କେନ୍ଦ୍ର ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

1 min read

ଭୁବନେଶ୍ୱର : ଓଡ଼ିଶାରେ ଖୁବ୍ ଶୀଘ୍ର ଆରମ୍ଭ ହେବ 5G ସେବା । ଓଡ଼ିଶାରେ ଜାନୁଆରି ୨୬ ପୂର୍ବରୁ 5G ସେବା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଟେଲିକମ୍ କ୍ଷେତ୍ରରେ ବିକାଶ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୬୦୦ କୋଟି ଟଙ୍କା ଦେଇଛନ୍ତି ।

Advertisement

ଟେଲିକମ୍ ରେ ଅବହେଳା ପାଇଁ ଯେଉଁ ଅଭିଯୋଗ ହୋଇଥିଲା ତାହା ଶେଷ ହୋଇଛି ବୋଲି କହିଛନ୍ତି ଅଶ୍ୱିନି ବୌଷ୍ଣବ । ଦେଶର ପ୍ରାୟ ୨୫ଟି ସହରରେ ପ୍ରାଥମିକ ପର୍ଯ୍ୟାୟରେ 5G ମୋବାଇଲ୍ ସେବା ଆରମ୍ଭ ହେଉଥିବାବେଳେ ଓଡ଼ିଶାର କୌଣସି ସହର ଏଥିରେ ନାହିଁ । ଓଡ଼ିଶାକୁ 5G ସେବା କ୍ଷେତ୍ରରେ ଅବହେଳା ନେଇ ଅଭିଯୋଗ ହୋଇଥିଲା । ପରେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଏବେ ଯେଉଁ ୨୦ରୁ ୨୫ଟି ସହରରେ ପାଇଲଟ୍ ପ୍ରକଳ୍ପ ଭାବେ 5G ସେବା ଆରମ୍ଭ ହେଉଛି ସେଥିରେ ଓଡ଼ିଶାର କୌଣସି ସହର ନାହିଁ । ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ସାମିଲ୍ ହେବ । ଖୁବ୍ ଶୀଘ୍ର ଓଡ଼ିଶାରେ ୫ଜି ମୋବାଇଲ୍ ସେବା ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *