Pratidin TV

Odisha's Digital News Platform

ଡାକ୍ତରଙ୍କୁ କନ୍ଦାଇଲା ୬ ବର୍ଷର କୁନି କ୍ୟାନସର ରୋଗୀ ..

1 min read

ହାଇଦ୍ରାବାଦ୍ : ମୃତ୍ୟୁ ଆଜ୍ଞା ହଁ ଦୁନିଆର ସବୁଠୁ ବଡ ସତ । ଯାହାକୁ ନା କେହି ଏଡାଇ ପାରିବ ନା ଟାଳିପାରିବା । ମଣିଷ ଜନ୍ମ ନେବା କ୍ଷଣୀ ଠାରୁ ଯଦି ତା ଜୀବନର ସବୁଠୁ ବଡ ସତ ଥାଏ ମୃତ୍ୟୁ । ଯାହକୁ ସେ ଜାଣି ଶୁଣି ସ୍ୱପ୍ନ ଭାବେ । ଏହି ମୃତ୍ୟୁ କାହାକୁ କେତେବେଳେ ଏବଂ କେଉଁ ଅବସ୍ଥାରେ ଆସିବ ତାହା କେହିବି କହିପାରିବେ ନାହିଁ । ନିକଟରେ ଏହି ମୃତ୍ୟୁକୁ ନେଇ ଏକ ଭାବବିହ୍ୱଳ ପୋଷ୍ଟଟିଏ ସେୟାର କରିଛନ୍ତି ଜଣେ ଡାକ୍ତର । ମଣିଷ ସୃଷ୍ଟିରେ ଦ୍ୱିତୀୟ ଭଗବାନ ହେଉଛନ୍ତି ଡାକ୍ତର । କାରଣ ଭଗବାନଙ୍କ ଛଡା ମୃତ୍ୟୁକୁ ଅଟକାଇବାର ଯଦି କାହାର କ୍ଷମତା ଥାଏ , ସେ ହେଉଛି ଜଣେ ଡାକ୍ତର । ନିଜ ପ୍ରଣପଣେ ଚେଷ୍ଟା ଚଲାଇ ଜମପାଖରୁ ମଧ୍ୟ ଫେରାଇ ଆନେ ରୋଗୀକୁ । କିନ୍ତୁ ନିକଟରେ ହାଇଦ୍ରାବାଦ୍ ର ଆପୋଲ ହସ୍ପିଟାଲର ଜଣେ ସ୍ନାୟୁବିଜ୍ଞାନୀ ଡାକ୍ତର ସୁଧୀର କୁମାର ନିଜ ଜୀବନର ଏକ ଅଭୁଲା ଘଟନା ବିଷୟରେ ଟ୍ୱିଟ୍ କରିଛନ୍ତି । ଯାହା ବର୍ତ୍ତମାନ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।

ଡାକ୍ଟର ଟୁଇଟ୍ କରିଥିବା ଏକ ପୋଷ୍ଟରେ ଜଣେ ୬ ବର୍ଷର ଛୋଟ ପିଲା ବିଷୟରେ ଲେଖାଥିଲା । ତେବେ ଚାଲନ୍ତୁ ଜାଣିବା ଏହି ଟୁଇଟ୍ ପଛର ସମ୍ପୂର୍ଣ୍ଣ କାହାଣୀ ।

Advertisement

ସବୁଦିନ ପରି ଡାକ୍ତର ଓପିଡିରେ ଥାନ୍ତି । ଏହି ସମୟରେ ତାଙ୍କ ପାଖକୁ ଜଣେଦମ୍ପତ୍ତି ଆସିଲେ । ଏବଂ ତାଙ୍କ ସହ କଥା ହେଲେ । କିନ୍ତୁ ବାହାରେ ଛାଡିଆସିଥିଲେ ୬ ବର୍ଷର କୁନିପୁଅ ମନୁ ୁ । ଡାକ୍ତରଙ୍କୁ ଅନେକ ନେହୁରା କରିବା ସହ କିଛି ରିପୋର୍ଟ ଦେଖାଇଥିଲେ । ପୁଅକୁ ବଞ୍ଚଇବା ପାଇଁ ନେହୁରା ହୋଇଥିଲେ । ଏବଂ ବସିଥିବା ୬ ବର୍ଷର ପୁଅକୁ ଏସବୁ ଜଣାଇବାକୁ ମନାକରିଥିଲେ । ଡାକ୍ତର ମଧ୍ୟ ବାପାମା ଦୁହିଁଙ୍କର କଥା ମାନିନେଇଥିଲେ । ଏହାପରେ ଡାକ୍ତର ଜଣଙ୍କ ମନୁର ସବୁ ରିପୋର୍ଟ ଦେଖି ତାର ଚିକିତ୍ସା ଆରମ୍ଭ କରିଦେଇଥିଲେ ।

ପୁଅକୁ ଚିକିତ୍ସା ପାଇଁ ଭିତରକୁ ନେଇଯାଇଥିବା ବେଳେ ସେ ଡାକ୍ତରଙ୍କୁ ଚୁପ୍ ସେ ଡାକି କାନରେ କହିଥିଲା । ‘ଡାକ୍ତର ଅଙ୍କଲ ମୋତେ କ୍ୟାନସର ହୋଇଛି । ମୁଁ ଷ୍ଟେଜ୍ ୪ ରେ ଅଛି । ମୁଁ ସବୁ ରିପୋର୍ଟ ଘରେ ଥିବା ଆଇପ୍ୟାଡରେ ଦେଖିଦେଇଥିଲେ । ମୋତେ କେମୋ ଦିଆ୍‌ଯାଉଥିବା ବେଳେ ମାଁ ପ୍ରବଳ କାନ୍ଦନ୍ତି । ବାପା ମଧ୍ୟ ମୋପାଇଁ ବହୁତ୍‌ଗୁଡିଏ ହସ୍ପିଟାଲ ବୁଲିଲେଣି । ମୋତେ କ୍ୟାନସର ବୋଲି ପ୍ଲିଜ୍ ତାଙ୍କୁ ଜଣାଇବେନି । ନହେଲେ ହୁହେଁ ଭାଙ୍ଗିପଡିବେ’ ।

ଏହାଶୁଣି ଡାକ୍ତର ସୁଧିର ସେଇଠି କାଠ ପାଲଟିଯାଇଥିଲେ । ଏବଂ ତାପରେ କୁନି ଛୁଆଟିକୁ ଦରି କାନ୍ଧିପକାଇଥିଲେ । କାରଣ ପାକ୍ତର ରିପୋର୍ଟ ଦେଖି ଜାଣିନେଇଥିଲେ ଯେ ସେହି ୬ ବର୍ଷର ଛୁଆ ପାଖରେ ଆଉ ବେଶୀ ସମୟ ନାହିଁ । ସାମ୍ନାରେ ମୃତ୍ୟୁ ଥାଇ ମଧ୍ୟ ପିଲାଟି ମୁହଁରେ ଡର ନଥିଲା ।ହସ ହସ ମୁହଁରେ ସେଇଠୁ ଆଗକୁ ଚିକିତ୍ସା ପାଇଁ ବଢିଯାଇଥିଲା ମନୁ । କିନ୍ତୁ ସେଇଠି ଠିଆ ହୋଇ ରହିଯାଇଥିଲେ ଡାକ୍ତର । ମନୁ ପ୍ରତି ସପ୍ତାହରେ ଆସେ ଟ୍ରିଟମେଣ୍ଟ ହେବାକୁ କିନ୍ତୁ ତା ମୁହଁରୁ ଲିଭିନଥାଏ ସେଇ ପୁରୁଣା ହସ । ମନୁ ଦୁନିଆରୁ ଚାଲିଯିବାର ୨ ମାସ ବିତିଗଲାଣି କିନ୍ତୁ ଆଜିବି ଡାକ୍ତର ସୁଧିର ଭୁଲିପାରିନାହନ୍ତି ସେଇ ସାହସୀ ମୃତ୍ୟୁକୁ ହସି ହସି ସ୍ୱାଗତ କରିଥିବା ମନୁର କେଇପଦ କଥାକୁ ।

Leave a Reply

Your email address will not be published. Required fields are marked *