Pratidin TV

Odisha's Digital News Platform

ପୁଣି ଚର୍ଚ୍ଚାରେ ନୀରଜ -‘ରାଷ୍ଟ୍ରିୟ ପତାକାରେ ମୁଁ ଅଟୋଗ୍ରାଫ୍ ଦେବିନାହିଁ ’

1 min read

ନୂଆଦିଲ୍ଲୀ : ଏବେ କେବଳ ଭାରତ ନୁହଁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଗୋଲଡନ୍ ବୟ ନୀରଜ ଚୋପ୍ରା । ଭାରତର ଇତିହାସରେ ନୂଆ ପୃଷ୍ଠା ଯୋଡିଦେଇଛନ୍ତି ନୀରଜ । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ସାରା ବିଶ୍ୱରେ ଭାରତକୁ ଗୌରବନ୍ୱିତ କରାଇଛନ୍ତି ।

ପୂର୍ବରୁ ଟୋକିଓ ଅଲମ୍ପିକ ଏବଂ ବର୍ତ୍ତମାନ ୱାଲର୍ଡ ରେକର୍ଡ କରି ଦେଶ ବିଦେଶରେ ନିଜର କୀର୍ତ୍ତି ଦେଖାଇଛନ୍ତି ନୀରଜ । ନିକଟରେ ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ସମ୍ମାନଜନକ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିବା ପରେ ଜଣେ ହଙ୍ଗେରୀ ମହିଳା ଫ୍ୟାନ୍ ତାଙ୍କ ପାଖକୁ ଭାରତ ପତାକା ନେଇ ଦୌଡ଼ି ଆସିଥିଲେ। ଆଉ ସେହି ପତାକାରେ ଅଟୋଗ୍ରାଫ୍ ଦେବାକୁ କହିଥିଲେ। କିନ୍ତୁ ନୀରଜ ଅତି ସମ୍ମାନର ସହ ମହିଳାଙ୍କୁ ଜାତୀୟ ପତାକାରେ ଅଟୋଗ୍ରାଫ୍ ଦେବାକୁ ମନା କରିଦେଇଥିଲେ । କାରଣ ଏହା ଆମ ଦେଶର ସମ୍ମାନ ଗର୍ବ ଗୌରବ ମୋର କୌଣସି ଅଧିକାର ନାହିଁ ଏହା ଉପରେ ନିଜ ନାମ ଲେଖିବାକୁ । ତେବେ ନିଜ ଜାତୀୟ ପତାକା ସହ ମହିଳାଙ୍କୁ ସମ୍ମାନକୁ ଜଣାଇ ତାଙ୍କ ଟି-ସାର୍ଟ ଉପରେ ଅଟୋଗ୍ରାଫ୍ ଦେଇଥିଲେ । ଯାହା ପରେ ବିଦେଶୀ ମହିଳା ଜଣଙ୍କ ମଧ୍ୟ ବେଶ୍ ଖୁସି ହୋଇଯାଇଥିଲେ । ନୀରଜଙ୍କ ଏପରି କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି ନେଟିଜେନ୍ସ। ଏକ୍ସ୍ ଯୋଗେ ତାଙ୍କୁ ସାବାସୀ ଜଣାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *