Pratidin TV

Odisha's Digital News Platform

ଦୁଇଟି ପିଲାଙ୍କ ଯତ୍ନ ନେଲେ, ମାସକୁ ମିଳିବ ୮୩ ଲକ୍ଷ ଟଙ୍କା…

1 min read

ନୂଆଦିଲ୍ଲୀ: କିଛି ଧନୀ ଘରର ବ୍ୟକ୍ତିମାନେ ନିଜର ଅଫିସ କାର୍ଯ୍ୟ ବା ବ୍ୟକ୍ତିଗତ କାର୍ଯ୍ୟ ପାଇଁ ନିଜ ପିଲାଙ୍କ ଯତ୍ନ ନେଇ ପାରନ୍ତି ନାହିଁ । ଯେଉଁଥିପାଇଁ ସେମାନେ ଏକ ଆୟା ରଖିଥାନ୍ତି । ଆଉ ତାଙ୍କକୁ ମାସିକ ବେତନ ମଧ୍ୟ ଦେଇଥାନ୍ତି । କିନ୍ତୁ ପିଲାଙ୍କ ଦେଖାଶୁଣା କରୁଥିବା ଆୟାଙ୍କ ମାସିକ ଦରମା ଲକ୍ଷ ଲକ୍ଷ ଟଙ୍କା ହୋଇଥିବ କେବେ ଆପଣ ଶୁଣିଛନ୍ତି କି? ନିକଟରେ ଜଣେ ବ୍ୟକ୍ତି ତାଙ୍କ ଦୁଇ ପିଲାଙ୍କ ଯତ୍ନ ନେବା ପାଇଁ ଆୟାଙ୍କୁ ମାସିକ ଦରମା ୮୩ ଲକ୍ଷ ଟଙ୍କା ଦେବେ । ଆଉ ସେଥିପାଇଁ କର୍ମଚାରୀଙ୍କ ଏକ ନିଯୁକ୍ତି ୱେବସାଇଟରେ ଏହାର ବିଜ୍ଞାପନ ବାହାରିଛି । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଆମେରିକାରେ ବାସକରୁଥିବା ଭାରତର କେ ବିବେକ ରାମସ୍ୱାମୀ ଏପରି ବିଜ୍ଞାପନ ଦେଇଛନ୍ତି । ସେଥିପାଇଁ ସେ କିଛି ସର୍ତ୍ତ ମଧ୍ୟ ରଖଛନ୍ତି । ଯଦି ଏହି ସର୍ତ୍ତ ଗୁଡିକରେ କେହି ରାଜି ହୁଅନ୍ତି ତେବେ ତାଙ୍କୁ ମାସକୁ ଏତିକି ଦରମା ଦିଆଯିବ ।

ତେବେ ଭାରତୀୟ ବଂଶୋଦ୍ଭବ କୋଟିପତି ବିବେକ ରାମସ୍ୱାମୀ ଅପୂର୍ବା ଟି ରାମ ସ୍ୱାମୀଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ମଧ୍ୟ ରହିଛନ୍ତି । ଆଉ ସେମାନଙ୍କର ଯତ୍ନ ନେବା ପାଇଁ ସେମାନେ ଏକ ଭଲ ବା ଉପଯୁକ୍ତ ଆୟା ସନ୍ଧାନରେ ଅଛନ୍ତି । ତାଙ୍କ ବିଜ୍ଞାପନରେ ଉଲ୍ଲେଖ ରହିଛି ଯେ ପିଲାଙ୍କ ଯତ୍ନ ନେବା ଆୟାଙ୍କୁ ସପ୍ତାହକୁ ୭୮ରୁ ୯୬ଘଣ୍ଟା କାର୍ଯ୍ୟ କରିବା ଆବଶ୍ୟକ । ସେଥିପାଇଁ ଆବେଦନ କାରୀଙ୍କ ସର୍ବନିମ୍ନ ବୟସ ସୀମା ୨୧ ହେବା ଦରକାର । ସପ୍ତାହକୁ ଗୋଟିଏ ଛୁଟି ରହିବ । ପିଲାଙ୍କ ଦାଇତ୍ୱ ନେବାର ଅଭିଜ୍ଞତା ଥିବା ଆବଶ୍ୟକ । ପିଲାଙ୍କ ଦାଇତ୍ୱ ତୁଲାଇବା ସହ ଅନ୍ୟ ଘରକାମରେ ସାହାର୍ଯ୍ୟ କରିବା ଆବଶ୍ୟକ ରୋଷେୟା,ହାଉସକିପରଙ୍କ ସହିତ ମିଶି କାର୍ଯ୍ୟ କରିବା ଆବଶ୍ୟକ । ଖାଲି ସେତିକି ନୁହେଁ ପିଲାମାନଙ୍କ ଖେଳନା ଓ ପୋଷାକ ପ୍ରତି ମଧ୍ୟ ଯତ୍ନବାନ ରହିବ । ତେବେ ଶ୍ରୀ ରାମସ୍ୱାମୀ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପାର୍ଥିପତ୍ର ଦାଖଲ କରିଥିବା ଜଣାପଡିଛି । ଜୋ ବିଡେନଙ୍କୁ ସାମ୍ନା କରିବା ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଶ୍ରୀ ରାମସ୍ୱାମୀ ଜଣେ ଅଗ୍ରଣୀ ଅଟନ୍ତି । ଟାଇମ୍ ମାଗାଜିନ ଦ୍ୱାରା ଟ୍ରମ୍ପଙ୍କ ଉତ୍ତରାଧିକାରୀ ସ୍ପଷ୍ଟ ଭାବରେ ସମ୍ବୋଧିତ କରାଯାଇଥିଲା । ଅଗଷ୍ଟ ୨୩ ରେ ଅନୁଷ୍ଠିତ ହୋଇଥିବା ତାଙ୍କର ପ୍ରଥମ ରିପବ୍ଲିକାନ୍ ରାଷ୍ଟ୍ରପତିଙ୍କ ପ୍ରାଥମିକ ବିତର୍କ ପରେ ସେ ଯଥେଷ୍ଟ ଧ୍ୟାନ ଆକର୍ଷଣ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *