Pratidin TV

Odisha's Digital News Platform

ହତଭାଗା ଭାଇ ମୁଁ ଦିନେ ଆର୍ମିରେ ଭର୍ତ୍ତି କରେଇଥିଲି , ଆଜି ପାର୍ଥିବ ଶରୀର ନେବାକୁ ଆସିଛି ।

1 min read

ଭୁବନେଶ୍ୱର ; ସିକିମ୍ ବନ୍ୟାରେ ସହିଦ୍ ଓଡିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ପରିବାର ଲୋକେ ନେବାକୁ ଆସିଛନ୍ତି । ଯାହାର ଛାତିଫଟା ଦୃଶ୍ୟକୁ ଶବ୍ଦରେ ବଖାଣିବା କଷ୍ଟାକର । ସାନ ପୁଅକୁ ହରାଇ ବାପା ନିଶବ୍ଦ ହୋଇପଡିଛି ଆଉ ବଡ ଭାଇ କାନ୍ଦି କାନ୍ଦି କହୁଛି ‘୨୦୧୨ ମସିହାରେ ତାକୁ ସମ୍ବଲପୁର ଏଆଓ ରେ ଭର୍ତ୍ତି କରିଥିଲି ମୁଁ ଆଜି ମୁଁ ହିଁ ତା ପାର୍ଥିବ ଶରୀର ନେବାକୁ ଆସିଛି । ଦିନେ ଖୁସିରେ ତାକୁ ଚାକିରୀରେ ଜଏନ୍ କରେଇବାକୁ ନେଇ ଥିଲି ଆଜି ଏଇ ହତଭାଗା ବଡ ଭାଇ ତା ପାର୍ଥିବ ଶରୀର ନେବାକୁ ଆସିଛି ।

Advertisement

Leave a Reply

Your email address will not be published. Required fields are marked *