Pratidin TV

Odisha's Digital News Platform

ମହିଳା ହକି ଦଳର ଓଡିଆ ଷ୍ଟାର ଦୀପଗ୍ରେସଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଉପହାର

1 min read

ଭୁବନେଶ୍ୱର: ଅମିତ ରୋହିଦାସଙ୍କ ପରେ ଏସିଆନ ଗେମ୍ସ ମହିଳା ହକି ଟିମ୍ ସଦସ୍ୟା ତଥା ଓଡ଼ିଶାର ଷ୍ଟାର ଖେଳାଳି ଦୀପଗ୍ରେସ ଏକ୍କାଙ୍କ ପାଇଁ ହେଲା ପୁରସ୍କାର ଘୋଷଣା । ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ଘୋଷଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏସିଆନ ଗେମ୍ସରେ ଜାପାନକୁ ହରାଇ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଟିମର ସଦସ୍ୟା ଥିଲେ ଦୀପଗ୍ରେସ ଏକ୍କା । ସେ ସୁନ୍ଦରଗଡର ଝିଅ ଅଟନ୍ତି । ମହିଳା ହକିର ସେ ଉପଅଧିନାୟକ ଥିଲେ । ତେବେ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ଦୀପଗ୍ରେସଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଦୀପଗ୍ରେସ ଯୁବପୀଢ଼ିଙ୍କୁ ପାଇଁ ରୋଲ ମଡେଲ ବୋଲି କହିଛନ୍ତି ।

ସୂଚନାମୁତାବକ,ଏସିଆ କ୍ରୀଡାରେ ମହିଳା ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହାସହ ଟିମର ସମସ୍ତ ଖେଳାଳି ଓ ଷ୍ଟାଫ ମେମ୍ବରଙ୍କ ପାଇଁ ୩ ଲକ୍ଷ ଲେଖାଏଁର ପୁରସ୍କାର ରାଶି ଘୋଷଣା କରିଥିଲେ । ସେହିପରି ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ହକି ଦଳର ସଦସ୍ୟ ଓ ଷ୍ଟାଫଙ୍କ ପାଇଁ ୫ ଲକ୍ଷ ଲେଖାଏଁ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ଓଡ଼ିଶା ଖେଳାଳି ଅମିତ ରୋହିଦାସଙ୍କ ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ତା ବ୍ୟତୀତ ଜାଭଲିନରେ ରୌପ୍ୟ ପଦକ ଜିତିଥିବା ପୁରୀର ଓଡ଼ିଆ ପୁଅ କିଶୋର ଜେନାଙ୍କ ପାଇଁ ଦେଢ଼ କୋଟି ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

Advertisement

Leave a Reply

Your email address will not be published. Required fields are marked *