Pratidin TV

Odisha's Digital News Platform

ଆଳୁରେ ରହିଛି ମହିଳାଙ୍କ ସୁନ୍ଦରତାର ରାଜ୍‌: ଆଜି ହିଁ ଆପଣାନ୍ତୁ ଏହି ସବୁ ଟିପ୍ସ

1 min read

ସୁନ୍ଦର ତ୍ୱଚା ପାଇବା ପାଇଁ ବଜାରରେ ମିଳୁଛି ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ । ଯାହା ଆପଣଙ୍କ ପାଇଁ କ୍ଷତିକାରକ ବି

ସାବ୍ୟସ୍ତ ହେବାର ଆଶଙ୍କା ରହିଥାଏ । ଏହା ବ୍ୟବହାର ଯୋଗୁ କେହି କେହି ପାର୍ଶ୍ୱ ପ୍ରତିକ୍ରିୟାର ଶିକାର ମଧ୍ୟ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହି ସବୁ ସାମଗ୍ରୀଠାରୁ ନିଜକୁ ଦୂରେଇ ରଖି କିଭଳି ପ୍ରାକୃତିକ ଉପାୟରେ ଘରୋଇ ଉପଚାରରେ ଆଳୁକୁ ବ୍ୟବହାର କରି ସୁନ୍ଦର ସୁସ୍ଥ ତ୍ୱଚା ପାଇପାରିବେ । ଆସନ୍ତୁ ଜାଣିବା…

Advertisement

ଫାଳେ ଆଳୁର ରସ ଓ ଗୋଟେ ଅଣ୍ଡାର ଧଳା ଅଂଶକୁ ଏକାଠି କରି ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍‌ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହାଦ୍ୱାରା ତ୍ୱଚା ଉଜ୍ଜ୍ୱଳ କରେ ।

ଗୋଟେ ବଡ଼ ଚାମଚ ଆଳୁ ପେଷ୍ଟ ନିଅନ୍ତୁ, ସେହି ଚାମଚରେ ଗୋଟେ ଚାମଚ ଦହି ନେଇ ମିଶାଇ ଦିଅନ୍ତୁ । ଏବେ ପେଷ୍ଟକୁ ମୁହଁରେ ଲଗାଇ ଅଧଘଣ୍ଟା ପରେ ଧୋଇ ଦିଅନ୍ତୁ । ତ୍ୱଚା ମସୃଣ,ଦୃଢ଼ ହୋଇଥାଏ ।

ଅଧା ଆଳୁରୁ ପେଷ୍ଟ ପ୍ରସ୍ତୁତ କରନ୍ତୁ, ଏଥିରେ ଚିମୁଟେ ହଳଦୀ ମିଶାଇ ତ୍ୱଚାରେ ଲଗାଇ ଗୋଟେ ଘଣ୍ଟାଏ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ । ଶୁଖିଗଲା ପରେ ସଦା ପାଣିରେ ମୁହଁ ଧୋଇ ଦିଅନ୍ତୁ । ସପ୍ତାହକୁ ଥରେ ଏହି ପ୍ୟାକ୍‌କୁ ମୁହଁରେ ଲଗାନ୍ତୁ ।

ଫାଳେ ଆଳୁ ରସରେ ଦୁଇ ଚାମଚ କଞ୍ଚା କ୍ଷୀରରେ ମିଶାଇ ତୁଳା ସାହାଯ୍ୟରେ ମୁହଁରେ ଲଗାଇବାର ୨୦ ମିନିଟ୍‌ ପରେ ମୁହଁକୁ ଧୋଇ ଦିଅନ୍ତୁ । ଏହାଦ୍ୱାରା ତ୍ୱଚାରେ ଚମକ ଆସେ ।

Leave a Reply

Your email address will not be published. Required fields are marked *