Pratidin TV

Odisha's Digital News Platform

ଆତଙ୍କବାଦୀ ସାମ୍ନାରେ ୩୦ ମିନିଟ୍ ମଲାଙ୍କ ପରି ପଡି ରହିଲେ ଯୁବକ,ଏବେ ବଖାଣିଲେ ସେଦିନର ଲୋମଟାଙ୍କୁରା କାହାଣୀ..

1 min read

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧର ତୀବ୍ରତା ବଢ଼ିବାରେ ଲାଗିଛି । ଗାଜା ସୀମାରୁ ଇସ୍ରାଏଲ ଡିଫେନ୍ସ ଫୋର୍ସ ଲଗାତାର ଭାବେ ଆକ୍ରମଣ କରୁଛି । ଗାଜା ପଟ୍ଟି ଆଡ଼କୁ ଟ୍ୟାଙ୍କର ଜରିଆରେ ଗୁଳିବର୍ଷଣ କରାଯାଉଛି । ସୀମାରେ ଇସ୍ରାଏଲ ଟ୍ୟାଙ୍କ ଓ ଅସ୍ତ୍ରଶସ୍ତ୍ର ସହ ଇସ୍ରାଏଲ ଡିଫେନ୍ସ ଫୋର୍ସର ଅଧିକରୁ ଅଧିକ ସୈନିକଙ୍କୁ ମୁତୟନ କରାଯାଇଛି । ଇସ୍ରାଏଲ ସେନା ଗାଜାରେ ପ୍ରବେଶ କରି ସେଠାରେ ଘନଘନ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି । ଆଉ ଏହାରି ମଧ୍ୟରେ ଆଉ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଗତ ସପ୍ତାହରେ ଯେତେବେଳେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ଆକ୍ରମଣ କରିଥିଲା, ସେତେବେଳେ ଜଣେ ଯୁବକ ତାଙ୍କ ବୁଦ୍ଧି କାରଣରୁ ନିଜର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଗତ ସପ୍ତାହରେ ହମାସ୍ ଆକ୍ରମଣରୁ ନିଜ ଜୀବନ ବଞ୍ଚାଇବା ପାଇଁ ସାଜିଥିଲେ ମୃତ ବ୍ୟକ୍ତି । ପାଖାପାଖି ୩୦ମିନିଟ୍ କାଳ ମଲା ଭଳି ଅନ୍ୟ ମୃତଦେହ ସହ ପଡିରହିଥିଲେ ଜଣେ ଯୁବକ ।

ଗାଜା ସୀମାନ୍ତବର୍ତ୍ତୀ ଦକ୍ଷିଣାଞ୍ଚଳ ଇସ୍ରାଏଲରେ ହମାସ ଆକସ୍ମିକ ଭାବେ ଆକ୍ରମଣ କରିଦେଇଥିଲା । ସେହି ସମୟରେ ରୋଟେମ୍ ମାଥିଆସ୍ ନାମକ ଜଣେ ୧୬ବର୍ଷିୟ ବାଳକ ଓ ତାଙ୍କ ବାପା ମାଆ ଏଥିରେ ଫସି ରହିଥିଲେ । ଆତଙ୍କବାଦୀଙ୍କ ଗୁଳିମାଡରୁ ରକ୍ଷା ପାଇବା ପାଇଁ ବାପା ମାଆ ରୋଟେମଙ୍କୁ କୋଳରେ ଜାବୁଡି ଧରିଥିଲେ । ପୁଅକୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ । ଶେଷରେ ଆତଙ୍କୀଙ୍କ ଗୁଳିରେ ମାଆ ଟଳିପଡିଥିବା ବେଳେ ବାବାଙ୍କ ଗୋଟିଏ ହାତ ଛିଣ୍ଡିଯାଇଥିଲା । ପରେ ରୋଟେମ୍ ନିଜକୁ ବଞ୍ଚାଇବା ପାଇଁ ମରିଯାଇଥିବା ଶବ ଭଳି ଅଭିନୟ କରିଥିଲେ । ନିଶ୍ୱାସ ବନ୍ଦ କରି ମାଟିରେ ପଡିରହିଥିଲେ । ଆଉ ନିଜ ଜୀବନ ବଞ୍ଚାଇଥିଲେ ।

Advertisement

ଏନେଇ ରୋଟେମ୍ କହିଛନ୍ତି, ମୁଁ କୌଣସି ଈଶ୍ୱର ବିଶ୍ୱାସୀ ନୁହେଁ । କିନ୍ତୁ ସେଦିନ ମୃତ୍ୟୁକୁ ସାମ୍ନାରୁ ଦେଖି ଭଗବାନଙ୍କୁ ପ୍ରାର୍ଥନା କରିଥିଲି । ଭଗବାନଙ୍କୁ କହିଥିଲି, ହେ ପ୍ରଭୁ ଆତଙ୍କବାଦୀମାନେ ମତେ ନଦେଖିପାରନ୍ତୁ । ଆଉ ଭଗବାନଙ୍କୁ ପ୍ରାର୍ଥନା କରି ପ୍ରାୟ ୩୦ ମିନିଟ୍ କାଳ ମଲା ପରି ପଡିରହିଥିଲି । ପରେ ଇସ୍ରାଏଲ୍ ସୁରକ୍ଷାକର୍ମୀ ମତେ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *