Pratidin TV

Odisha's Digital News Platform

ଇସ୍ରାଏଲ-ହମାସ୍ ଯୁଦ୍ଧ ନେଇ ଋଷ ନେଲା ବଡ ପଦକ୍ଷେପ, ସାଥ୍ ଦେଲେ ଚୀନ୍‌, ୟୁଏଇ

1 min read

୧୦ ରୁ ଉର୍ଦ୍ଧ ଦିନ ହେଲାଣି ଚାଲିଛି ଇସ୍ରାଏଲ-ହମାସ ଭିତରେ ଯୁଦ୍ଧ । ଧୀରେ ଧୀରେ ଏହା ଜୋରଦାର ହେବାରେ ଲାଗିଛି । ହମାସ ଉପରେ ଆକ୍ରମଣ ଭିତରେ ପଡୋଶୀ ଦେଶ ଲେବାନନ୍ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଲେବାନନର ଆତଙ୍କୀ ସଙ୍ଗଠନ ହିଜବୁଲ୍ଲାହର ବିଭିନ୍ନ ଠିକଣା ଉପରେ ରାତି ସାରା ମିଜାଇଲ ବର୍ଷା କରି ଚାଲିଛି ଇସ୍ରାଏଲ । ଆଉ ଏହି ଯୁଦ୍ଧ ଭିତରେ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି । ଯାହା ଇସଅ୍ରାଏଲ ପାଇଁ ବିପଦ ଆଣିପାରେ । କାରଣ ଇସ୍ରାଏଲ ବିରୋଧରେ ଋଷ ଏକ ବଡ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଆଉ ଋଷକୁ ଏଥିରେ ସହଯୋଗର ହାତ ବଢାଇଛି ୟୁଏଇ ଏବଂ ଚୀନ୍ । ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଗତ ସୋମବାର ଦିନ ଆୟୋଜିତ ହୋଇଥିବା ଜାତି ସଂଘରେ ଋଷ ଏକ ପ୍ରସ୍ତାବ ଆଣିଥିଲା ।

ଯେଉଁଥିରେ ଜନସାଧାରଣ ପ୍ରତି ହେଉଥିବା ହିଂସା ଏବଂ ଆତଙ୍କବାଦକୁ ନେଇ ତୀବ୍ର ନିନ୍ଦା କରାଯାଇଥିଲା । କିନ୍ତୁ ଏହି ପ୍ରସ୍ତାବରେ କେବଳ ଇସ୍ରାଏଲର ନାଁ ଥିଲା । ହମାସର ନାଁକୁ ଉଲ୍ଲେଖ କରିନଥିଲା ଋଷ । ଆଉ ଋଷର ପ୍ରସ୍ତାବ ଜାତୀସଂଘରେ ଖାରଜ ହୋଇଯାଇଛି । ତାହାକୁ ନେଇ ଏବେ ଚିହିଁକି ଉଠିଛି ଋଷ । ଜାତିସଂଘରେ ଋଷ ଆଣିଥିବା ପ୍ରସ୍ତାବକୁ ଚୀନ୍‌, ୟୁଏଇ, ମୋଜାମ୍ବିକ୍‌, ଗୌବାନ୍ ସହମତି ଜଣାଇଥିବା ବେଳେ ଏହି ପ୍ରସ୍ତାବକୁ ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ ଓ ଜାପାନ ସହମତି ଜଣାଇନାହାନ୍ତି । ଅନ୍ୟ ୬ଜଣ ସଦସ୍ୟ ଏହି ବୈଠକରେ ଅନୁପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *