Pratidin TV

Odisha's Digital News Platform

ଭାରତରେ ଟାଟା ତିଆରି କରିବ ଆଇଫୋନ, ଜାଣନ୍ତୁ ଏହା କେତେ କୋଟିର ହୋଇଛି ଡିଲ୍‌?

1 min read

ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ସମସ୍ତଙ୍କ ସାମ୍ନାରେ ଅଛି। ଏଭଳି ପରିସ୍ଥିତିରେ ଯଦି ଭାରତ ନିଜ ଦେଶରେ ସବୁଠାରୁ ଅଧିକ ପସନ୍ଦ କରୁଥିବା ଆଇଫୋନ୍ ଉତ୍ପାଦନ ଆରମ୍ଭ କରେ,ତେବେ ଚୀନକୁ ନିଶ୍ଚିତ ଏକ ବଡ ଝଟକା ଲାଗିବ। ତେବେ ଚଳିତ ବର୍ଷ ହୋଇ ସାରିଛି ଘୋଷଣା ୨୦୨୪ ରେ ଭାରତରୁ ପ୍ରସ୍ତୁତ ହୋଇଥିବା ଆଇଫୋନ ବଜାରକୁ ଆସିବ। ଆଉ ଏହାର ଦାୟିତ୍ୱ ନେଇଛି ଭାରତୀର ନାମୀଦାମୀ କମ୍ପାନୀ ଟାଟା। ବର୍ତ୍ତମାନ ଦେଶରେ ଆଇଫୋନ୍ ଉତ୍ପାଦନ ଆରମ୍ଭ କରାଯିବ ।

ଇଲେକ୍ଟ୍ରୋନିକ୍ସ ଏବଂ ଟେକ୍ନୋଲୋଜି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହି ଘୋଷଣା କରିଛନ୍ତି ଯେ ଟାଟା ଗ୍ରୁପ୍ ଅଢେଇ ବର୍ଷ ମଧ୍ୟରେ ଘରୋଇ ଏବଂ ବିଶ୍ୱ ବଜାର ପାଇଁ ଭାରତରେ ଆପଲ୍ ଆଇଫୋନ୍ ଉତ୍ପାଦନ ଆରମ୍ଭ କରିବ । ଏହାର ଅର୍ଥ ହେଉଛି ଅଢେଇ ବର୍ଷ ମଧ୍ୟରେ କମ୍ପାନୀ ମେଡ ଇନ୍ ଇଣ୍ଡିଆ ଆଇଫୋନ୍ ଉତ୍ପାଦନ କରିବ । ଟାଟା ଗ୍ରୁପ୍ କମ୍ପାନୀ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ୍ ୱିଷ୍ଟ୍ରନ୍ ଇନଫୋକମ୍ ଉତ୍ପାଦନ ପ୍ରାଇଭେଟ ଲିମିଟେଡ୍ କୁ ୧୨୫ ମିଲିୟନ୍ ଡଲାରରେ (ପ୍ରାୟ ୧୦୦୦ କୋଟି ଟଙ୍କା) କିଣିଛି ।

Advertisement

ଗତ ବର୍ଷ ଠାରୁ ଏହି କମ୍ପାନୀଗୁଡିକ ମଧ୍ୟରେ ଏହି ଡିଲକୁ ନେଇ ଆଲୋଚନା ଚାଲିଥିଲା । ଶେଷରେ ଏହାକୁ ଅନୁମୋଦିତ କରାଯାଇଛିି । ଟାଟା ତିଆରି ଆଇଫୋନ୍ ଅଢେଇ ବର୍ଷରେ ବଜାରରେ ପ୍ରବେଶ କରିବ ।ୱିଷ୍ଟ୍ରନ୍ ୨୦୦୮ ମସିହାରେ ଭାରତ ଆସିଥିଲେ, ଏହି କମ୍ପାନୀ ୨୦୧୭ ରେ ଆପଲ୍ ପାଇଁ ଆଇଫୋନ୍ ଉତ୍ପାଦନ ଆରମ୍ଭ କରିଥିଲା । ଏହି ପ୍ଲାଣ୍ଟରେ ଆଇଫୋନ୍ ୧୪ ମଡେଲ୍ ଉତ୍ପାଦିତ ହୋଇଛି । ଏଠାରେ ୧୦,୦୦୦ ରୁ ଅଧିକ ଶ୍ରମିକ କାମ କରନ୍ତି, ଟାଟା କମ୍ପାନୀ ଏହି ପ୍ଲାଣ୍ଟକିଣି ଏକ ପ୍ରଶଂସନୀୟ କାର୍ଯ୍ୟ କରିଛି ।

ବର୍ତ୍ତମାନ ଟାଟା ଏହି କମ୍ପାନୀ କିଣିବା ପରେ ୱିଷ୍ଟ୍ରନ୍ ଭାରତୀୟ ବଜାରରୁ ବିଦା ହୋଇ ଯାଇଛି । ସୂଚନା ପାଇଁ ଜାଣନ୍ତୁ ଯେ, ୱିଷ୍ଟ୍ରନ୍ କମ୍ପାନୀ ବ୍ୟତୀତ ପେଗାଟ୍ରନ୍ ଏବଂ ଫକ୍ସକନ୍ ମଧ୍ୟ ଭାରତରେ ଆଇଫୋନ୍ ଉତ୍ପାଦନ କରନ୍ତି । ବର୍ତ୍ତମାନ ଭାରତୀୟ କମ୍ପାନୀ ଟାଟା ମଧ୍ୟ ଏହି ତାଲିକାରେ ପ୍ରବେଶ କରିଛି । ଆଉ ଖୁବ ଶୀଘ୍ର ମେଡି ଇନ ଇଣ୍ଡିଆ ଆଇ ଫୋନ ଧରିବେ ଭାରତ ।

Leave a Reply

Your email address will not be published. Required fields are marked *