Pratidin TV

Odisha's Digital News Platform

ବେଙ୍ଗାଲୁରୁରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏକାଧିକ ବସ୍‌

1 min read

ବେଙ୍ଗାଲୁରୁ : ବସ ଡିପୋରେ ଘଟିଲା ଭୟାବହ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ଜଳିଗଲା ଏକାଧିକ ବସ । ତେବେ ବେଙ୍ଗାଲୁରୁର ସ୍ଥାନୀୟ ବୀରଭଦ୍ରନଗର ବସ ଗ୍ୟାରେଜରେ ଏହି ନିଆଁ ଲାଗିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି । ତେବେ ନିଆଁ କିଭଳି କେଉଁଠୁ ବ୍ୟାପିଲା ତାହା ବର୍ତ୍ତମାନ ସୁଧା ଜଣା ପଡିନାହିଁ । ନିଆଁର ପ୍ରଭାବ ଏତେ ଜୋର ଥିଲା ଯେ ଅନେକ ଦୂରକୁ ବ୍ୟାପିବାରେ ଲାଗିଛି ନିଆଁ । ଆଉ ନିଆଁ ଅଧିକ ଥିବା ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁ ମୟ ହୋଇ ପଡିଛି । ୫ଜଣ ଅଗ୍ନିଶମ ବାହିନୀ ନିୟୋଜିତ ଥିଲେ ସୁଧା ବର୍ତ୍ତମାନ ଯାଏଁ ନିଆଁ ଆୟତ କରାଯାଇ ପାରୁ ନାହିଁ । ତେବେ ଘଟଣାସ୍ଥଳରେ କେହି ବ୍ୟକ୍ତି ଆହତ ହୋଇଥିବା କି ମୃତ୍ୟୁ ହୋଇ ଥିବା ନେଇ ଖବର ମିଳି ନାହିଁ ।

Advertisement

Leave a Reply

Your email address will not be published. Required fields are marked *