Pratidin TV

Odisha's Digital News Platform

(ଭିଡିଓ) ୨୦୨୩ ବିଶ୍ୱକପରେ ଏକାଧିକ ରେକର୍ଡ ନିଜ ନାଁରେ କରିଲେ ମହମ୍ମଦ ଶାମି..

1 min read

ନଭେମ୍ବର ୨ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ –ଶ୍ରୀଲଙ୍କା ମ୍ୟାଚ ଇତିହାସ ରଚି ଦେଇଛି । ଯାହାକୁ କେହି କେବେ ବି ଭୁଲି ପାରିବେ ନାହିଁ ।ଭାରତର ବ୍ୟାଟ୍ସମ୍ୟାନଙ୍କ ଠାରୁ ଆରମ୍ଭକରି ଭାରତୀୟ ବୋଲର ପର୍ଯ୍ୟନ୍ତ ସମସ୍ତଙ୍କ ଫର୍ମମାନ୍ସ ଥିଲା ଜବରଦସ୍ତ । ଗତକାଲିର ମ୍ୟାଚରେ ଭାରତୀୟ ବୋଲର ପ୍ରମାଣ କରି ଦେଖାଇ ଦେଲେ ଯେ ସେମାନେ ବି କାହା ଠାରୁ କମ ନୁହନ୍ତି । ଗତକାଲି ଭାରତୀୟ ବୋଲିଂ ଘାତକ ବୋଲିଂ ଦେଖିଲା ସାରା ବିଶ୍ୱ । ତେବେ ଶ୍ରୀଲଙ୍କା ବିପକ୍ଷରେ ୫ ୱିକେଟ ଦଖଲ କରିଥିବା ଭାରତୀୟ ଟିମର ସ୍ପିଡଷ୍ଟାର ମହମ୍ମଦ ଶାମି ଗତକାଲିର ମ୍ୟାଚ ପରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫ ଓ ଇଂଲଣ୍ଡ ବିପକ୍ଷରେ ୪ ୱିକେଟ ଦଖଲ କରିଥିବା ଶାମି ଶ୍ରୀଲଙ୍କା ଟିମର ୫ ବ୍ୟାଟର୍ସଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ । ଶାମିଙ୍କ ଘାତକ ବୋଲିଂ ଯୋଗୁ ୩୫୮ ରନ ଟାର୍ଗେଟର ପିଛା କରୁଥିବା ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲଆଉଟ ହୋଇ ଯାଇଛି । ବିଶ୍ୱକପର ୩୩ତମ ମ୍ୟାଚରେ ୩୦୨ ରନର ବୃହତ୍ତ ବିଜୟ ସହ ଭାରତ ବିଶ୍ୱକପ ସେମି ଫାଇନାଲରେ ସିଧା ସଳଖ ପ୍ରବେଶ କରିଛି । ୫ ୱିକେଟ ଦଖଲ କରିଥିବା ଶାମିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ତଥା ମ୍ୟାନ ଅଫ ଦି ମ୍ୟାଚ୍ ମିଳିଛି । ଏହି ସଫଳତା ପରେ ଶାମି ଇତିହାସ ପୃଷ୍ଠାରେ ନିଜ ନାଁ ଲେଖିଛନ୍ତି ।


ଆସନ୍ତୁ ଜାଣିବା ଦିନିକିଆ ବିଶ୍ୱକପରେ ଭାରତ ପାଇଁ କିଏ ଅଧିକାଂଶ ୱିକେଟ ନେଇଛି:
ମହମ୍ମଦ ଶାମି ଞ୍ଚ – ୪୫
ଜହିର ଖାନ- ୪୪
ଜବାଗଲ ଶ୍ରୀନାଥ -୪୪
ଜସପ୍ରୀତ ବୁମ୍ରା -୩୧
ଅନୀଲ କୁମ୍ବଲେ – ୩୧


ତେବେ ଗତକାଲିର ମ୍ୟାଚରେ ଶାମି କିମ୍ବଦନ୍ତୀ କ୍ରିକେଟର ଜହିର ଖାନ ଓ ଜବାଗଲ ଶ୍ରୀନାଥଙ୍କୁ ପଛରେ ପକାଇ ଭାରତ ପାଇଁ ବିଶ୍ୱକପରେ ସର୍ବାଧିକ ୱିକେଟ ଦଖଲକାରୀ ଖେଳାଳି ହୋଇ ଛନ୍ତି । ପ୍ରଥମ ୩ ଓଭରରେ ୪ ୱିକେଟ ଦଖଲ କରିଥିଲେ । ଏହାପରେ ସେ ଆଉ ଗୋଟିଏ ୱିକେଟ ଦଖଲ କରି ଭାରତ ପାଇଁ ବିଶ୍ୱକପରେ ନୂଆ ଇତିହାସ ସୃଷ୍ଟି କରିଥିଲେ । ଭାରତର ଅସ୍ତ୍ରଶସ୍ତ୍ରର ମୁଖ୍ୟ ଅସ୍ତ୍ର ହେବା ପାଇଁ ମହମ୍ମଦ ଶାମି ଚେଷ୍ଟ ଚଳାଇଥିଲେ ଯାହା ସେ ଦିନିକିଆ ବିଶ୍ୱକପ୍‌ରେ ସାଂଘାତିକ ଗତି ବୋଲିଂରେ ହଇଚଇ ସୃଷ୍ଟି କରିଛନ୍ତି । ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ପାଇଁ ଶାମିଙ୍କୁ ଦଳକୁ ଅଣାଯାଇଥିଲା ଏବଂ ଦୁଇ ହାତରେ ସୁଯୋଗ ହାତେଇବାକୁ ଯାଇ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।


ଦିନିକିଆ ବିଶ୍ୱକପର ଗୋଟେ ମ୍ୟାଚରେ ସର୍ବାଧିକ ୱିକେଟ ନେଇଥିବା ତାଲିକା :
ମହମ୍ମଦ ଶାମି- ୪
ଜବାଗଲ ଶ୍ରୀନାଥ -୩
ହରଭଂଜନ ସିଂ – ୩

Leave a Reply

Your email address will not be published. Required fields are marked *