Pratidin TV

Odisha's Digital News Platform

ଅଧାରେ ରହିଗଲା ଓଡିଶା ଫେରିବା ; ଅଧା ରାସ୍ତାରେ ଜଳିଗଲା ବସ୍ , ଜୀବନ୍ତ ଜଳିଗଲେ କେନ୍ଦ୍ରାପଡାର ଜଣେ ମହିଳା ….

ଭୁବନେଶ୍ୱର ; ଦୀପାବଳି ପୂର୍ବରୁ ଫିକା ପଡିଗଲା ଘରର ଖୁସି । ବାଣ ଫୁଟା ସହ ବଡ ବଡୁଆ ଡକା ପରେ ପରିବାର ସହ କିଛି ସମୟ ବିତାଇବାକୁ କୋଲକାତାରୁ ଏକ ବସ୍ ଯୋଗେ ଫେରୁଥିଲେ ମହିଳା । ହେଲେ ପହଞ୍ଚିପାରିଲେନି ଘରେ ବାଟରେ ନେଇଗଲା ଜମ ।

ଖବର ଅନୁଯାୟୀ ଗତକାଲି ରାତିରେ କୋଲକତାରୁ ଓଡିଶା ଆସୁଥିବା ଏକ ବସରେ ଖଡଗପୁର ଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଉ ଏହି ଅଗ୍ନିକାଣ୍ଡରେ ୩୦ ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । କିନ୍ତୁ ଜଣେ ମହିଳା ବସ୍ ଭିତରେ ଜୀବନ୍ତ ଦଗ୍ଧ ହେବା ସାରା ରାଜ୍ୟକୁ ସ୍ଥଗିତ କରିଦେଇଛି । ମହିଳା ଜଣଙ୍କ କୋଲକାତାରୁ ନିଜ ସ୍ୱାମୀ ଓ ପୁଅଙ୍କ ସହ ଦୀପାବଳି ପାଇଁ ଶାଶୁଘରକୁ ଫେରୁଥିବା ବେଳେ ଖଡଗ୍‌ପୁର ଠାରେ ଏଭଳି ଅଘଟଣ ଘଟିଛି । ତେବେ ମହିଳା ଜଣଙ୍କ ହେଉଛନ୍ତି ପୁଷ୍ପାଞ୍ଜଳି ଦାସ ଘର କେନ୍ଦ୍ରାପଡା ଜିଲ୍ଲା ନୋଳିଆ ଗାଁରେ ବୋଲି ଜଣାପଡିଛି । ନିଆଁ ଲାଗିଥିବା ବସରେ ସମୁଦାୟ ୩୮ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୩୧ ଜଣ ଓଡିଶାର ଥିବା ସୂଚନା ମିଳିଛି । କେନ୍ଦ୍ରାପଡାର ୧୬, ଯାଜପୁରର ୬ ଓ ପାରାଦୀପର ୨ଜଣ ଯାତ୍ରୀ ଅଛନ୍ତି।

ବସ୍‌ରେ କେମିତି ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଯାତ୍ରୀମାନଙ୍କ କହିବା ଅନୁଯାୟୀ ଗାଡ଼ି ଭିତରେ ବାଣ, ମହମବତି ଥିଲା। ଇଞ୍ଜିନ ନିକଟରେ ପ୍ରଥମେ ନିଆଁ ଲାଗିଥିଲା। ଏବଂ ଲୋକ ମାନେ ଡୋର ଦେଇ ବାହାରକୁ ବାହାରିବାକୁ ଚେଷ୍ଟା କରିଥିବା ବେଳେ ଗାଡିର ଡୋର ଲକ୍ ହୋଇଯାଇଥିଲା । ଫଳରେ ପ୍ରାଣ ବିକଳରେ ଯାତ୍ରୀମାନେ ଝରକା ଡେଇଁ ବାହାରକୁ ବାହାରିଥିଲେ । ଅଗ୍ନିକାଣ୍ଡ ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ମେଦିନାପୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଓ ଖଡପୁର ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *