Pratidin TV

Odisha's Digital News Platform

ଅନଲାଇନରେ ଲିପଷ୍ଟିକ୍ ଅର୍ଡର କରିବା ପଡିଲା ମହଙ୍ଗା, ଆକାଉଣ୍ଟରୁ ଖାଲି ହୋଇଗଲା ଲକ୍ଷାଧିକ ଟଙ୍କା…

1 min read

ଅନଲାଇନ୍ ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଠକମାନେ ଜାଲିଆତି କରିବା ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରୁଛନ୍ତି । ଏହି କ୍ରମରେ ଜଣେ ମହିଳା ମଧ୍ୟ ଠକାମୀର ଶିକାର ହୋଇଛନ୍ତି । ମହାରାଷ୍ଟ୍ରର ନାଭି ମୁମ୍ବାଇରେ ମଧ୍ୟ ଠକେଇର ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୩୧ ବର୍ଷୀୟ ଡାକ୍ତର ଇ-କମର୍ସ ପୋର୍ଟାଲରୁ ୩୦୦ ଟଙ୍କା ମୂଲ୍ୟର ଲିପଷ୍ଟିକ୍ ଅର୍ଡର କରିବା ପରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ଖାଲି ହୋଇଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।

ବାସ୍ତବରେ, ମୁମ୍ବାଇରେ ରହୁଥିବା ମହିଳା ଜଣଙ୍କ ପେଶାରେ ଜଣେ ଡାକ୍ତର । ସେ ଜଣ ଜଣାଜୁଣା କମ୍ପାନୀର ଲିପଷ୍ଟିକ୍ ଅନଲାଇନ୍‌ରେ ଅର୍ଡର କରିଥିଲେ । ୩୦୦ଟଙ୍କାର ଲିପଷ୍ଟିକ୍ ଟିକୁ ଅର୍ଡର ଦେବାର କିଛି ଦିନ ପରେ ଏକ କଲ ପାଇଥିଲେ, ସେତେବେଳେ ତାଙ୍କୁ କୁହାଯାଇଥିଲା ଯେ ପାର୍ସଲ ପାଇବା ପାଇଁଁ ତାଙ୍କୁ ୨ ଟଙ୍କା ପଠାଇବାକୁ ପଡ଼ିବ । ତେବେ ମହିଳା ଟଙ୍କା ପଠାଇବାକୁ ମନା କରିଦେଇଥିଲେ । ମହିଳା ଡାକ୍ତରଙ୍କୁ ଫ୍ରଡ୍ ଜଣକ କହିଥିଲା କି ତାଙ୍କ ପାର୍ସଲ ହୋଲ୍ଡ ହୋଇଯାଇଛି । ସେ ଏନେଇ ଯଥା ଶୀଘ୍ର ଇ-କମର୍ସ ପ୍ଲାଟଫର୍ମର କଷ୍ଟମର କେୟାର ଏକ୍ସୁକୁଟିଭଙ୍କ ସହ ଯୋଗାଯୋଗ କରିବାକୁ । ଏହା ପରେ ମହିଳା ଡାକ୍ତରଙ୍କ ନିକଟକୁ ଏକ ୱେବ୍ ଲିଙ୍କ୍ ପଠାଯାଇ ଏହାକୁ ଡାଉନଲୋଡ୍ କରିବାକୁ କୁହାଗଲା । ଖୁବ୍ ଶୀଘ୍ର ତାଙ୍କୁ ତାଙ୍କ ଠିକଣା ଏବଂ ବ୍ୟାଙ୍କ ବିବରଣୀ ପୁରଣ କରିବାକୁ କୁହାଯାଇଥିଲା । ଏହା ପରେ ଲିଙ୍କ ଉପରେ ମହିଳା ଡାକ୍ତର ଜଣଙ୍କ କ୍ଳିକ୍ କରିଥିଲେ । ପରେ ତାଙ୍କ ଆକାଉଣ୍ଟରୁ ପ୍ରଥମେ ୯୫ ହଜାର ତା ପରା ୫ହଜାର ଟଙ୍କା କଟିଯାଇଥିଲା । ତେବେ ମହିଳା ଜଣକ ଥାନାରେ ପହଁଚି ଏନେଇ ଅଭିଯୋଗ କରିଥିଲେ । ପୋଲିସ୍ ଏହି ଘଟଣାକୁ ଗୁରୁତ୍ୱର ସହିତ ନେଇ ଅଧିକ ତଦନ୍ତ ଜାରି ରଖିଛି । ଭାରତୀୟ ପେନାଲ କୋଡ (ଆଇପିସି) ର ଧାରା ୪୨୦ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଅଧିନିୟମର ଧାରା ଅନୁଯାୟୀ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *