Pratidin TV

Odisha's Digital News Platform

ପିଛା ଛାଡୁନଥିଲା ମା ହାତୀ ; ଟ୍ରାଙ୍କୁଲାଇଜ୍ କରି ଛୁଆ ହାତୀକୁ ଚିକିତ୍ସା ପାଇଁ ନେଲା ବନବିଭାଗ

1 min read

କେନ୍ଦୁଝର ; ଅସୁସ୍ଥ ହାତୀ ଛୁଆର ମା କୁ ଟ୍ରାଙ୍କୁଲାଇଜ୍ ପାଇଁ ଉଦ୍ୟମ ଚଳାଇ ଶେଷରେ ସଫଳ ହୋଇଛି ବନ ବିଭାଗ ।ଏକ ସପ୍ତାହ ରୁ ଅଧିକା ଜିନ ଧରି ଅସୁସ୍ଥ ଥିବା ହାତୀ ଛୁଆକୁ ଚିକିତ୍ସା କରିବା ପାଇଁ ଡି, ଏଫ ,,ଏ ସି ସି ଏଫ ଡବ୍ଲୁଟିଆଇ ଏବଂ ନନ୍ଦନକାନନ ରୁ ଆସିଥିବା ବିଶେଷଜ୍ଞ ଟିମ୍ ସଦରରେଞ୍ଜ ଭାଲୁ ଘର ସଂରକ୍ଷିତ ଜଙ୍ଗଲ ରେ ଅପରେସନ କରିବରେ ସଫଳ ହୋଇଛି ।

ତେବେ ଘଞ୍ଚ ଜଙ୍ଗଲ ସାଙ୍ଗକୁ ହାତୀ ଛୁଆ ଟିକୁ ଅନ୍ୟ ହାତୀପଲ ଘେରି ରହିଥିବା ରୁ ମା ହାତୀ କୁ ଟ୍ରାଙ୍କୁଲାଇଜ କରିବା ରେ ବନ ବିଭାଗ କୁ ବହୁ ଅସୁବିଧା ସମୁଖିନ ହେବାକୁ ପଡ଼ିଥିଲା । ୬ ମାସ ର ଛୁଆ ହାତୀ ଟିର ଆଗ ଡାହାଣ ଗୋଡ଼ ରେ ଏକ ତାର ଫାଶ ଲାଗିଥିବା ବେଳେ ଛୁଆ ହାତୀ ଟି ଛୋଟେଇ ଛୋଟେଇ ଚାଲିଥିବା ଥର୍ମାଲ ଡ୍ରନ୍ କ୍ୟାମେରା ରୁ ଜଣା ପଡିଥଲା ।

Advertisement

ପରେ ବନବିଭାଗ ମା ସାଙ୍ଗରେ ବୁଲୁଥିବା କୁନି ହାତୀଟିର ଚିକିତ୍ସା କରିବା ପଇଁ ପ୍ରାଣପ୍ରଣେ ଚେଷ୍ଟା ଚଳାଇଥିବାବେଳେ ଆଜି ମା ହାତୀକୁ ଟ୍ରାଙ୍କୁଲାଇଜ୍ କରି ଛୁଆ ହାତୀକୁ ତା ପାଖରୁ ଅଲଗା କରାଯାଇଥିଲା । ଏବଂ ଗ୍ରାମବାସିଙ୍କ ସହାୟତାରେ ଚିକିତ୍ସା ପାଇଁ ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *