Pratidin TV

Odisha's Digital News Platform

ମନ କି ବାତ୍ ରେ ପ୍ରଶ୍ନ ଉଠାଇଲେ ମୋଦୀ, ଡେଷ୍ଟିନେସନ୍ ୱେଡିଂ ଭାରତରେ କାହିଁକି ନୁହେଁ…

1 min read

ବର୍ତ୍ତମାନ ଆରମ୍ଭ ହୋଇଛି ବିାବହ ଋତୁ । କିଛି ଧନୀ ପରିବାର ସମୋନଙ୍କର ବିବାହ ଅତି ଧୁମଧାମରେ କରିବା ପାଇଁ ବିଦେଶ ଯାଇ ବିବାହ ଆୟୋଜନ କରୁଛନ୍ତି । ଆଉ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ରବିବାର ‘ମନ୍ କି ବାଟତ’ର ମାସିକ ପ୍ରସାରଣ କାର୍ଯ୍ୟକ୍ରମର ୧୦୭ ତମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ଏହିଭଳି ବଡ଼ବଡ଼ କାର୍ଯ୍ୟକ୍ରମ ଭାରତରେ କରନ୍ତୁ ଯାହା ଫଳରେ ଦେଶର ଟଙ୍କା ଦେଶରେ ରହି ଅର୍ଥନୀତିକୁ ସୁଦୃଢ଼ କରିବ । ଆଉ ବିବାହ ପାଇଁ ସପିଂ କରୁଥିବାବେଳେ ଆପଣ ସମସ୍ତେ କେବଳ ଭାରତରେ ନିର୍ମିତ ଉତ୍ପାଦକୁ ଗୁରୁତ୍ୱ ଦେବା ଉଚିତ୍ । କାରଣ ଯଦି ଆମେ ଭାରତୀୟ ମାଟିରେ ବିବାହ ଉତ୍ସବ ପାଳନ କରୁ, ତେବେ ଭାରତର ଲୋକଙ୍କ ମଧ୍ୟରେ ଦେଶର ଟଙ୍କା ଦେଶରେ ରହିବ । ଦେଶର ଲୋକମାନେ ଆପଣଙ୍କ ବିବାହରେ କିଛି ସେବା ପ୍ରଦାନ କରିବାର ସୁଯୋଗ ପାଇବେ । ଏପରିକି ଗରିବ ଲୋକମାନେ ମଧ୍ୟ ନିଜ ପିଲାମାନଙ୍କୁ ସେହି ଉତ୍ସବ ବିଷୟରେ କହିବେ । କିଛି ବାଣିଜ୍ୟ ସଂଗଠନ ଆକଳନ କରିଛନ୍ତି ଯେ ଏହି ବିବାହ ଋତୁରେ ପ୍ରାୟ ୫ ଲକ୍ଷ କୋଟି ବ୍ୟବସାୟ ହୋଇପାରେ । ବିବାହ ପାଇଁ ସପିଂ କରୁଥିବାବେଳେ ଆପଣ ସମସ୍ତେ କେବଳ ଭାରତରେ ନିର୍ମିତ ଉତ୍ପାଦକୁ ଗୁରୁତ୍ୱ ଦେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *