Pratidin TV

Odisha's Digital News Platform

ଶ୍ରୀମନ୍ଦିରେ ଆଉ ପଶିବନି ପ୍ଲାଷ୍ଟିକ,ବଦଳରେ ଚାଙ୍ଗୁଡି ବ୍ୟବହାର ପାଇଁ କରାଗଲା ନିବେଦନ..

୨୦୨୩ ସରୁଥିବା ବେଳେ ନୂଆ ବର୍ଷର ଆଗମନ ପାଇଁ ପ୍ରସ୍ତୁତ ହେଉଛି ଦେଶ । ସେହିଭଳି ପ୍ରତିଦିନ ପୁରୀ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଝୁଟୁଛି । ଏହାକୁ ନଜରରେ ରଖି ପୁରୀକୁ ସ୍ୱଚ୍ଚ ରଖିବାକୁ ଏକ ବଡ ପଦକ୍ଷେପ ନିଆଯାଇଛି । ଏଣିକି ଶ୍ରୀମନ୍ଦିରକୁ ପଲିଥିନ ଏବଂ ପ୍ଲାଷ୍ଟିକ ମୁକ୍ତ କରିବା ଦିଗରେ ପାଦେ ଆଗେଇଛି । ମନ୍ଦିର ଭିତରକୁ ଫୁଲ ଏବଂ ଭୋଗ ଆରିବା ବେଳେ ପଲିଥିନ ଏବଂ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଆହ୍ୱାନ କରିଛି ଶ୍ରୀମନ୍ଦିର ପ୍ରଶାସନ । ପ୍ଲାଷ୍ଟିକ ଜରି ବଦଳରେ ଚାଙ୍ଗୁଡିରେ ଫୁଲ ଏବଂ ଭୋଗ ଆଣିବାକୁ ସମସ୍ତଙ୍କୁ ନିବେଦନ କରାଯାିଛି । ସୁଆର ମହାସୁଆରଙ୍କୁ ପେପର ବ୍ୟାଗ, କପଡା ବ୍ୟାଗ, ବାଉଁଶରେ ପ୍ରସ୍ତୁତ ଚାଙ୍ଗୁଡି ବ୍ୟବହାର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି । ପ୍ଲାଷ୍ଟିକ ମୁକ୍ତ ସହ ଶ୍ରୀମନ୍ଦିର ଏବଂ ସହରକୁ ସୁନ୍ଦର କରିବାକୁ ଆହ୍ୱାନ ଦିଆଯାଇଛି ।

Leave a Reply

Your email address will not be published. Required fields are marked *