Pratidin TV

Odisha's Digital News Platform

ବାଘ ସହ ଲଢେଇ କରି ସାଙ୍ଗକୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ଦୁଇ ସାହାସୀ ମହିଳା…

1 min read

ସାଙ୍ଗ ହେବ ତ ଏମିତି। ପ୍ରକୃତ ସାଙ୍ଗ ସିଏ ଯିଏ ସାଙ୍ଗର ସବୁ ପରିସ୍ଥିତିରେ ତାର ସାଥ୍ ଦେଇଥାଏ । ଆଉ ଏହାକୁ ଠିକ ପ୍ରମାଣିତ କରି ଦେଖାଇଛନ୍ତି ଉତ୍ତରାଖଣ୍ଡର ଚମ୍ପାୱାତ ଜିଲ୍ଲାରେ ଦୁଇଜଣ ମହିଳା । ନିଜର ସାହସିକତା ଦେଖାଇ ନିଜ ବନ୍ଧୁଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଥିଲେ। ଉଭୟେ ବାଘ ସହିତ ଯୁଦ୍ଧ କରି ନିଜ ବନ୍ଧୁଙ୍କ ଜୀବନ ରକ୍ଷା କରିଥିଲେ । ବାଘଟି ମହିଳାଙ୍କୁ ନିଜ ପଞ୍ଝାରେ ଧରିଥିଲା । ତଥାପି ଭୟ ନକରି ଦୁଇ ମହିଳା ବାଘ ପାଖରୁ ଟାଣି ଆଣିଥିଲେ ନିଜ ସାଙ୍ଗକୁ ।

ଏଭଳି ଏକ ଘଟଣା ଉତ୍ତରାଖଣ୍ଡ ଚମ୍ପାୱାତ ଜିଲ୍ଲାରେ ଘଟିଛି । ମଙ୍ଗଳବାର ଅର୍ଥାତ ୨୬ ଡିସେମ୍ବର ଦିନ ଗୀତା ଦେବୀ, ଜାନକୀ ଦେବୀ ଏବଂ ପାର୍ବତୀ ଦେବୀ ନାମକ ତିନିଜଣ ମହିଳା ଘାସ ଆଣିବା ପାଇଁ ବୁନ୍ ଫରେଷ୍ଟ ରେଞ୍ଜକୁ ଯାଇଥିଲେ । ଏହି ସମୟରେ ଗୀତା ଦେବୀଙ୍କୁ ବାଘ ଆକ୍ରମଣ କରିଥିଲା । ସେ ତାଙ୍କୁ ଜଙ୍ଗଲକୁ ଟାଣିବା ଆରମ୍ଭ କଲା । ଏହା ଦେଖି ଅନ୍ୟ ଦୁଇଜଣ ମହିଳା ଆଶ୍ଚର୍ଯ୍ୟ ହେଲେ କିନ୍ତୁ ସାହସ ଦେଖାଇ ସେମାନେ ବାଘ ଉପରେ ପଥର ଫିଙ୍ଗିବା ଆରମ୍ଭ କଲେ । ଏହା ସହିତ ସେ ଲଗାତାର ଦାଆ ଏବଂ ବାଡ଼ିରେ ମଧ୍ୟ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଭୟଭୀତ ହୋଇ ବାଘ ଗୀତା ଦେବୀ ଛାଡି ଜଙ୍ଗଲ ଭିତରକୁ ଦୈାଡିଥିଲା । ଏହି ଘଟଣାରେ ଗୀତା ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଅଚେତ ଅବସ୍ଥାରେ ତାନକପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅପରପକ୍ଷେ ବୁନ୍ ଫରେଷ୍ଟ ରେଞ୍ଜର ଗୁଲଜାର ହୁସେନ୍ ମହିଳାଙ୍କ ସାହସିକତା ଏବଂ ଜ୍ଞାନକୁ ପ୍ରଶଂସା କରିଛନ୍ତି । ଆଖପାଖ ଗାଁରେ ରହୁଥିବା ଲୋକଙ୍କୁ ଆସନ୍ତା କିଛି ଦିନ ଜଙ୍ଗଲକୁ ନ ଯିବାକୁ ସେ ପରାମର୍ଶ ଦେଇଛନ୍ତି । ଜଙ୍ଗଲ ବିଭାଗ ସମଗ୍ର ଅଞ୍ଚଳରେ ପାଟ୍ରୋଲିଂ ବୃଦ୍ଧି କରିଛି ।

Advertisement

Leave a Reply

Your email address will not be published. Required fields are marked *