Pratidin TV

Odisha's Digital News Platform

ସ୍ମୃତିସଭା ପାଳନ ବେଳେ ଇରାନ୍‌ରେ ଭୟଙ୍କର ବିସ୍ଫୋରଣ, ୭୦ ମୃତ ୪୦ରୁ ଅଧିକ ଆହତ…

1 min read

ଭୟାବହ ବିସ୍ଫୋରଣରେ ଥରି ଉଠିଲା ଇରାନ । ଦୁଇ ଦୁଇଟି ବିସ୍ଫୋରଣରେ ୭୦ରୁ ଉର୍ଦ୍ଧ ଲୋକଙ୍କ ଜୀବନ ଚାଲିଯାଇଥିବା ବେଲେ ୪୦ ରୁ ଅଧିକ ଗୁରୁତର ଭାବେ ଆହାତ ହୋଇଛନ୍ତି । ଇରାକୀ ଡ୍ରୋନ ଆକ୍ରମଣରେ ଜେନରୋଲ କାସିମ ସୁଲେମାନିଙ୍କ ହତ୍ୟାର ଏକ ବର୍ଷ ପୂର୍ତ୍ତି ପାଳନ ବେଲେ ତାଙ୍କ ସମାଧି ନିକଟରେ ଏହି ବିସ୍ଫୋରଣ ହୋଇଛି । ସୁଲେମାନିଙ୍କ ହତ୍ୟାର ଚତୁର୍ଥ ବାର୍ଷିକୀରେ ଏହି ଆକ୍ରମଣ ହୋଇଛି ବୋଲି ଏକ ଗଣମାଧ୍ୟମ ପକ୍ଷରୁ ସୂଚନା ରହିଛି । ମୃତ୍ୟୁ ସଂଖ୍ୟା ଆହୁରୀ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଇରାନର ଦକ୍ଷିଣାଞ୍ଚଳରେ ଥିବା ସହର କେରମାନର ଏହି ସ୍ମୃତିସଭା ଅୟୋଜିତ ହୋଇଥିଲା । ପ୍ରଥମେ ଗୋଟିଏ ବିସ୍ଫୋରଣ ପରେ ଆଉ କିଛି ସମୟ ମଧ୍ୟରେ ଆଉ ଏକ ବିସ୍ଫୋରଣ ହୋଇଥିଲା । ଜଣେ ଅଧିକାରୀଙ୍କ କହିବା ଅନୁସାରେ ସ୍ମୃତିସଭା ପାଳନ ହେଉଥିବା ସମାଧିଆଡେ ନିଆଯାଉଥିବା ବେଳେ ଏକାଧିକ କାନିଷ୍ଟର ଗ୍ୟାସ ହଠାତ ବିସ୍ଫୋରଣ ହୋଇଥିଲା । ତେବେ ଏହି ବିସ୍ଫୋରଣ ଗ୍ୟାସ ସିଲିଣ୍ଡର ଦ୍ୱାରା ହୋଇଛି କିମ୍ବା ଆତଙ୍କବାଦୀ ମାନେ ଆକ୍ରମଣ କରିଛନ୍ତି ତାହା ଏଯାବତ ସ୍ପଷ୍ଟ ହୋଇପାରିନାହିଁ । ଘଟଣା ପରେ ରେଡକ୍ରିସେଣ୍ଟର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଅପରପକ୍ଷେ ଜେନେରାଲ ସୁଲେମାନି୨୦୨୦ ରେ ପଡୋଶୀ ଇରାକରେ ଆମେରିକାର ଡ୍ରୋନ୍ ଷ୍ଟ୍ରାଇକ୍ରେ ସେ ନିହତ ହୋଇଥିଲେ । ତାଙ୍କୁୁ ସମ୍ମାନ ଜଣାଇବା ପାଇଁ ଆଜି ଏକ ଶୋଭାଯାତ୍ରାରେ ଶହ ଶହ ଲୋକ ଭାଗ ନେଇଥିବାରୁ ଏହି ଘଟଣା ଘଟିଛି ବୋଲି କୁହାଯାଇଛି ।

Advertisement

Leave a Reply

Your email address will not be published. Required fields are marked *