Pratidin TV

Odisha's Digital News Platform

ଶୀତୁଆ ଓଡିଶାକୁ ଥରାଇଲ ବର୍ଷା , ୨୬ ବଢିବ ଶୀତ ଥଣ୍ଡାରେ କଲବଲ ହେବେ ରାଜ୍ୟବାସୀ …

1 min read

ଭୁବନେଶ୍ୱର ; ଥଣ୍ଡାରେ ଥରୁଛି ପୁରା ଓଡିଶା । ଏପଟେ ପାଗ କୋହଳାକୁ ଦେହ ଥରାଉଛି ଶୀତୁଆ ପବନ । ତା ସାଙ୍ଗକୁ ଅମାନିଆ ବରଷାରେ କଲବଲ ହେଲେଣି ରାଜ୍ୟବାସୀ । ୨ ଦିନ ହେବ ଭୋର ଭୋରୁ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ତେବେ ଉତ୍ତର ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୫ ତାରିଖ ବେଳକୁ ଓଡ଼ିଶାରୁ ବର୍ଷାର ମାତ୍ରା କମିବ। ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ ନୟାଗଡ଼ ଆଦି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା କରାଯାଇଛି । ତେବେ ରାଜ୍ୟରେ ବର୍ଷା ପରେ ୨୬ ତାରିଖରୁ ଶୀତ ବଢିବା ନେଇ ଆଶଙ୍‌କା କରିଛି ବିଭାଗ ।

Advertisement

Leave a Reply

Your email address will not be published. Required fields are marked *