Pratidin TV

Odisha's Digital News Platform

ଦଶମ ପାସ୍ ପିଲାଙ୍କୁ ଆଉ ଏକ ସୁଯୋଗ : ଏବେ ଦ୍ୱିତୀୟ ପର୍ଯ୍ୟାୟରେ ହେବ ଇ- ଆଡମିସନ ଆବେଦନ

1 min read

ଭୁବନେଶ୍ୱର : ଦଶମ ପାସ୍ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ଆଉ ଏକ ସୁଯୋଗ । ପ୍ରଥମ ପର୍ଯ୍ୟାୟ ଇ-ଆଡ୍‌ମିଶନ ବା ଅନ୍‌ଲାଇନ ଆଡମିଶନରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ ମାନେ ପୁନଶ୍ଚ ଆବେଦନ କରିପାରିବେ । ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚଶିକ୍ଷା ନିମନ୍ତେ ଆଉ ଏକ ସୁଯୋଗ ଦେଇଛନ୍ତି ।

ଯେଉଁ ଛାତ୍ରଛାତ୍ରୀ ମାନେ ଆଡମିଶନ ପାଇଁ ପ୍ରଥମ ପର୍ଯ୍ୟାୟରେ ଭାଗ ନେଇ ପାରିନଥିଲେ ବ। ଅନଲାଇନ ଆବେଦନ କରି ମଧ୍ୟ କୌଣସି କଲେଜ ରେ ଆଡମିଶନ କରେଇପାରିନାହନ୍ତି ବା ହାଇ କଟଅଫ ଯୋଗୁ ସେମାନଙ୍କୁ ସିଟ୍ ମିଳିପାରିନାହିଁ ସେମାନଙ୍କ ପାଇଁ ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟରେ ଇ-ଆଡମିଶନ ପ୍ରକ୍ରିୟାରେ ନାମ ଲେଖାଇବା ପାଇଁ ଆଉ ଏକ ସୁଯୋଗ ପ୍ରଦାନ କରିଛନ୍ତି ।

Advertisement

ବଞ୍ଚିତ ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୧୦ ରୁ ୨୭ ମଧ୍ୟରେ ପୁନର୍ବାର ଆବେଦନ କରିପାରିବେ । www.samsodisha.gov.in ରେ ଲଗ୍ ଇନ୍ କରି ବିବରଣୀ ପାଇପାରିବେ ।

Leave a Reply

Your email address will not be published. Required fields are marked *