ଏମ୍ସରେ ଦଲାଲି ରାଜ୍ , ଟିକେଟ୍ ନାଁରେ ରୋଗୀମାନଙ୍କୁ ଏପରି ଠକୁଥିଲେ ଦଲାଲ୍
1 min readଭୁବନେଶ୍ୱର : ରାଜଧାନୀରେ ଚାଲିଛି ଦଲାଲି ରାଜ୍ । ଏଠି ଲୋକମାନଙ୍କୁ ଠକିବା ପାଇଁ ଚାତକ ଭଳି ଚାହିଁବସିଛନ୍ତି ଦଲାଲ୍ । ସରଳ ନିରିହ ଲୋକମାନଙ୍କୁ ଚୂନ ଲଗାଇ ଲୁଟୁଛନ୍ତି ହଜାର ହଜାର ଟଙ୍କା । ତେବେ ସିନେମା ହଲ ଠାରୁ ଆରମ୍ଭ କରି ଗାଡି ଭଡା ପର୍ଯ୍ୟନ୍ତ ସବୁଠାରେ ଦେଖାଯାଆନ୍ତି ଏପରି ଠକ । ନିକଟରେ ଚିକିତ୍ସାଳୟରୁ ମଧ୍ୟ ଧରାପଡିଛନ୍ତି ପ୍ରାୟ ୧୨ ଜଣ ଦଲାଲ୍ ।
ସୂଚନା ଅନୁ୍ଯାୟୀ ଡାକ୍ତରଙ୍କ ସହ ଶୀଘ୍ର ପରାମର୍ଶ କରାଇଦେବା ସହ ଲୋକଙ୍କୁ ଆଗୁଆ ଟିକେଟ୍ କରେଇଦେବା ନେଇ ଠକୁଥିଲେ ଏହି ଦଲାଲ୍ । ରୋଗୀଙ୍କ ପରିବାର ନିକଟରୁ ପାଖାପାଖି ୪ ରୁ ୫ ହଜାର ଟଙ୍କାର ଚୂନ ଲଗାଉଥିବା ବେଳେ ,ଆଜି କେହି ଜଣେ ବ୍ୟକ୍ତି ଏହି ବାବଦରେ ଖଣ୍ଡଗିରି ଥାନାକୁ ଖବର ଦେଇଥିଲା । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେଠାରୁ ୧୨ ଜଣ ଦଲାଲ୍ଙ୍କୁ ଗିରଫ୍ କରିଛି । ଏହାପରେ ପୋଲିସ ସେମାନଙ୍କୁ ଥାନାକୁ ନେଇ ପଚରା ଉଚରା ମଧ୍ୟ ଚଳାଇଛି । ଆଗକୁ ଏହି ଦଲାଲି ସହ ଜଡିତ ଅନେକଙ୍କୁ ଧରାପକାଇବାକୁ ନେଇ ଖଣ୍ଡଗିରି ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।