Pratidin TV

Odisha's Digital News Platform

ଆପଣ କଞ୍ଚାଲଙ୍କା ପ୍ରେମୀ କି ? ତେବେ ଜାଣନ୍ତୁ ଦେହ ପାଇଁ କେତେ ଉପଯୋଗୀ କଞ୍ଚା ଲଙ୍କା..

କିଛି ଲୋକଙ୍କୁ ଲଙ୍କା ନାଁ ଶୁଣିଲେ ଡର ଲାଗିଥାଏ । ସେହିପରି ଅଧିକାଂଶ ଲୋକଙ୍କୁ ରାଗ ଖାଇବା ବେଶ ପସନ୍ଦ କରିଥାନ୍ତି । ଖାଇବା ସମୟରେ ଅନେକ ଲୋକ ୩ ରୁ ୪ଟି କଞ୍ଚାଲଙ୍କା ଖାଇବାକୁ ବେଶ ପସନ୍ଦ କରିଥାଆନ୍ତି । ତେବେ ଆପଣ ଜାଣିଛନ୍ତି କି ? କଞ୍ଚାଲଙ୍କା ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କିଭଳି ଉପକାରୀ ହୋଇଥାଏ । ଏହାକୁ ରାଗ ଭାବି ଅଧିକାଂଶ ଏହା ଠାରୁ ଦୂରରେ ରହିଥାନ୍ତି । ଛେଶଯ ଛୁଆଙ୍କୁ ମଧ୍ୟ କଞ୍ଚା ଲଙ୍କା ଠାରୁ ଦୂରେଇ ରଖା ଯାଏ ।

ତେବେ ଜାଣନ୍ତୁ କଞ୍ଚା ଲଙ୍କା ଖାଇଲେ କଣ ଲାଭ ହେବ :

  • କଞ୍ଚାଲଙ୍କାରେ ଅନେକ ପୋଷକ ତତ୍ତ୍ୱ ରହିଛି । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ବି୬, ଭିଟାମିନ ସି, ଆଇରନ, ପୋଟାସିୟମ, ପ୍ରୋଟିନ୍ ଭଳି ଅନେକ ପୋଷକ ତତ୍ତ୍ୱ ଭରି ରହିଛି ।
  • କଞ୍ଚା ଲଙ୍କା ସେବନ ଦ୍ୱାରା ମଣିଷର ମନ ଓ ମସ୍ତିଷ୍କ ସୁସ୍ଥ ରହିବା ସହ ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ ।
  • ଅଧିକାଂଶ ଲୋକଙ୍କୁ ରାଗ ଖାଇବା ବେଶ ପସନ୍ଦ ।
  • କଞ୍ଚାଲଙ୍କା ସୀମିତ ମାତ୍ରାରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ ।
  • ଭିଟାମିନ ସିରେ ଭରପୁର କଞ୍ଚାଲଙ୍କାର ନିୟମିତ ଭାବେ ସେବନ କରିବା ଉଚିତ ।
  • କଞ୍ଚାଲଙ୍କାରେ ଥିବା ପୋଷକ ତତ୍ତ୍ୱ ମୋଟାପଣ ହ୍ରାସ କରିବାରେ ସହାୟକ ହୋଇଥାଏ ।
  • ଏହା କର୍କଟ ରୋଗ ହେବାର ଆଶଙ୍କାକୁ କମ କରିଥାଏ ।
  • ନିୟମିତ ଅଳ୍ପ ପରିମାଣରେ ଏହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।
  • ହୃଦୟକୁ ସୁସ୍ଥ ରଖିବା ପାଇଁ ମଧ୍ୟ କଞ୍ଚା ବେଶ ଉପକାରୀ । ଏହା ହୃଦୟ ଜନିତ ସମସ୍ୟା ଦୂର କରିବା ସହ ସୁରକ୍ଷିତ ରଖିଥାଏ ।
  • ପାଚନ କ୍ରିୟାକୁ ସୁଚାରୁ ରୂପେ କରିବା ପାଇଁ ମଧ୍ୟ କଞ୍ଚାଲଙ୍କାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କଞ୍ଚାଲଙ୍କା ସେବନ ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ ।
  • ଥଣ୍ଡା ସମୟରେ କଞ୍ଚାଲଙ୍କା ସେବନ ଦ୍ୱାରା ଥଣ୍ଡା ଶୀଘ୍ର ଭଲ ହୋଇଥାଏ ।
  • ଉଚ୍ଚ ରକ୍ତଚାପ, ହୃଦୟ ଜନିତ ସମସ୍ୟା ସହ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ । କଞ୍ଚାଲଙ୍କାରେ ଥିବା ପୋଷକ ତତ୍ତ୍ୱ ରକ୍ତଚାପକୁ କମ୍ କରିବା ସହ ଏହାକୁ ନିୟନ୍ତ୍ରଣରେ ରଖିଥାଏ ।

ଏସବୁ ଗୁଣ ଭରି ରହିଛି କଙ୍କା ଲଙ୍କା ଭିତରେ । ଏହାକୁ ଅଳ୍ପ ପରିମାଣରେ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ ।

Leave a Reply

Your email address will not be published. Required fields are marked *