Pratidin TV

Odisha's Digital News Platform

ବିଶ୍ୱ ଦେଖିଲା ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ଙ୍କ ଯାଦୁ , ମ୍ୟାକ୍ସୱେଲଙ୍କ ଧୁଆଁଧାର ଦ୍ୱିଶତକ ବଳରେ ଆଫଗାନିସ୍ତାନ ହାତରୁ ଛଡାଇଲା ମ୍ୟାଚ୍ …

1 min read

ନୂଆଦିଲ୍ଲୀ ; ମଙ୍ଗଳବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ବିଶ୍ୱକପ ୨୦୨୩ ରେ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଏକ ଚମତ୍କାର ବିଜୟର ନେତୃତ୍ୱ ନେଇଛନ୍ତି। ଆଫଗାନିସ୍ତାନର ୨୯୨ ରନ୍‌ର ଟାର୍ଗେଟକୁ ପଛରେ ପକାଇ ଗ୍ଲେନ ମ୍ୟାକ୍ସୱେଲ ଦ୍ୱିଶତକ ହାସଲ କରିଥିଲେ ଏବଂ ଅଷ୍ଟ୍ରେଲିଆ ତିନି ୱିକେଟରେ ଜିତିଥିଲା।

ଅଷ୍ଟ୍ରେଲିଆର ସର୍ବୋଚ୍ଚ ଅର୍ଡର ନଷ୍ଟ ହେବା ପରେ ମ୍ୟାକ୍ସୱେଲ ୧୨୮ ବଲର ସମ୍ମୁଖୀନ ହୋଇଥିଲେ ଏବଂ ୨୧ ଚୌକା ଓ ୧୦ ଛକା ସହାୟତାରେ ୨୦୧ ଅପରାଜିତ ରନ୍ ଖେଳିଥିଲେ। ମ୍ୟାକ୍ସୱେଲ ଦୁନିଆର ପ୍ରଥମ ଖେଳାଳି ହୋଇପାରିଛନ୍ତି ଯିଏ ଏକ ରନ୍ ଚେଞ୍ଜରେ ଦ୍ୱିଶତକ ହାସଲ କରିଛନ୍ତି। ଏହା ସହିତ ସେ ୮ ଟି ବଡ ରେକର୍ଡ ଭାଙ୍ଗିଛନ୍ତି । ଏହି ବିଜୟ ସହ ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି ଅଷ୍ଟ୍ରେଲିଆ । ଶେଷ ତିନୋଟି ମ୍ୟାଚରେ ଇଂଲଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଭଳି ବଡ଼ ବଡ଼ ଦଳକୁ ହରାଇବା ପରେ ଆଫଗାନିସ୍ତାନ କୁ ର୍ଟାଗେଟରେ ରଖିଥିଲା ଅଷ୍ଟ୍ରେଲିଆ । ମଙ୍ଗଳବାରର ରୋମାଞଯଚକର ମ୍ୟାଚ୍‌ରେ ବାଜି ପଲଟାଥିଲେ ମ୍ୟାକ୍ସୱେଲ ।

Advertisement

ଅସମ୍ଭବକୁ ସମ୍ଭବ କରିବାକୁ ଦୃଢତାର ସହ ଛିଡା ହୋଇଥିଲେ ମ୍ୟାକ୍ସୱେଲ , ଆହତ ସତ୍ୱେ ମ୍ୟାକ୍ସୱେଲ ୱାନ୍ ମ୍ୟାନ୍ ଆର୍ମି ଭାବେ ଲଢିଥିଲେ । ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ମାରି ଚାଲିଥିଲେ ଛକ୍କା ଓ ଚୌକା। ୫୧ ବଲରେ ଅର୍ଦ୍ଧଶତକ, ୭୬ ବଲରେ ଶତକ, ୧୨୮ ବଲରେ କଲେ ଦ୍ୱିଶତକ। ୨୦୧ର ଧୂଆଁଧାର ଇନିଂସ ଖେଳିଥିଲେ ମାକ୍ସୱେଲ । କ୍ରିକେଟ୍ ବିଶ୍ୱକପ୍ ଇତିହାସରେ ଏହା ତୃତୀୟ ଦ୍ୱିଶତକ। ଏହା ପୂର୍ବରୁ ୨୦୧୫ ଦିନିକିଆ ବିଶ୍ୱକପରେ ଦ୍ୱିଶତକ କରିଥିଲେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗପ୍ଟିଲ । ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ ମଧ୍ୟ ବିଶ୍ୱକପ୍ରେ ଦ୍ୱିଶତକ ମାରିଥିଲେ ।

Leave a Reply

Your email address will not be published. Required fields are marked *