Pratidin TV

Odisha's Digital News Platform

୨୦ ଫୁଟ ପୋଲତଳକୁ ଖସିଲା କାର, ୨ ଗୁରୁତର ଜଣେ ଆହତ

1 min read

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ର ମହୁଲପଦା ଥାନାର ଫୁଲଝର ନଗରିଆ ପୋଲ ୨୦ ଫୁଟ ତଳକୁ ଖସିଲା କାର । ଘଟଣାରୁ ପ୍ରକାଶ ଯେ, କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗ୍ରାମରୁ ରାଉରକେଲା ଅଭିମୁଖେ ଆସୁଥିବା ବେଳେ ପ୍ରାୟ ରାତ୍ରି ୧ ଘଟିକା ସମୟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପାଣି ଭିତରକୁ ପଡି ଯାଇଥିଲା ।

ଘଟଣା ସ୍ଥଳରେ କାଦଡ଼ିଆ ଗ୍ରାମର ଅଜିତ ମାହାନ୍ତ, ଚାଳକ ଓମକାର ବେହେରା ଗୁରୁତର ହୋଇଥିବା ବେଳେ ଯଦୁମଣି ମହାକୁଡ଼ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ବଣାଇ ଡାକ୍ତରଖାନାକୁ ଆଣିବା ପରେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଜିତ ଓ ଓମକାର ଙ୍କୁ ଗୁରୁତର ଥିବା ନେଇ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

Advertisement

Leave a Reply

Your email address will not be published. Required fields are marked *