Pratidin TV

Odisha's Digital News Platform

କାର୍ତ୍ତିକ ପୂର୍ଣ୍ଣିମା ରାତିରେ ଏକାଠି ହୁଅନ୍ତି ଲକ୍ଷ ଲକ୍ଷ ଭୂତ, ଅନୁଷ୍ଟିତ ହୁଏ ଭୂତମେଳା…

1 min read

ଆଜି ହେଉଛି ପବିତ୍ର କାର୍ତ୍ତକ ପୂର୍ଣ୍ଣିମା । ବିଶ୍ୱାସ ରହିଛି ବର୍ଷକରେ ଥରେ ଏହି ଦିନରେ ସ୍ନାନ କରି ଡଙ୍ଗା ଭସାଇଲେ ପୂଣ୍ୟ ମିଳିଥାଏ । ଯେଉଁଥିପାଇଁ ଲୋକେ ଡଙ୍ଗାରେ ପାନ, ଗୁଆର ଥୋଇ ଧରମ ମାସରେ ଡଙ୍ଗା ଭସାଉଛନ୍ତି । କିନ୍ତୁ ଏହି ପୂର୍ଣ୍ଣିମା ଅବସରରେ ବିହାରରେ ହାଜିପୁରରେ ବିଶ୍ୱର ସର୍ବବୃହତ ଭୂତ ମେଳା ଅନୁଷ୍ଠିତ ହୋଇଥାଏ । ଏହି ସମୟ ମଧ୍ୟରେ ବିଶ୍ୱାସ ଏବଂ ଅନ୍ଧବିଶ୍ୱାସର ରୀତିନୀତିର ଏକ ଅନନ୍ୟ ଚିତ୍ର ଦେଖାଯାଏ । ଯେଉଁଠାରେ କି ଭୁତ ମାନଙ୍କର ମେଳି ହୋଇଥାଏ । ତାହା ପୁଣି ଶ୍ମଶାନରେ । ବହୁ ଦୂରଦୂରାନ୍ତରୁ ତାନ୍ତ୍ରିକ ଓ ଅଘୋରି ବାବା ମାନେ ଆସିଥାନ୍ତି ସାଧନ କରିବା ପାଇଁ । କୁହାଯାଇଛି ଯେ ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ ଦୁଷ୍ଟ ଅତ୍ମାଙ୍କର ଶକ୍ତି ଅହୁରୀ ଶକ୍ତିଶାଳୀ ହୋଇଯାଏ ।

ଏହି ଭୁତମେଳା ପାଟନାର ଗଙ୍ଗା ଏବଂ ଗଣ୍ଡକର ମିଳନସ୍ଥଳରେ ହୋଇଥାଏ । ଏହି ସମୟରେ ଭୂତ ସହିତ ଜଡିତ ରୀତିନୀତି ରାତିସାରା ଜାରି ରହିଥାଏ । ଏବଂ ତାନ୍ତ୍ରିକମାନେ ମନ୍ଦ ଆତ୍ମାକୁ ଶୁଦ୍ଧ କରନ୍ତି । ଏହାବ୍ୟତୀତ ଭୂତମାନଙ୍କ ଦ୍ୱାରା ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ମୁକ୍ତ କରାଯାଏ । ତେଣୁ ଏଠାରେ ବହୁ ସଂଖ୍ୟକ ଲୋକଙ୍କ ସହ ଛୋଟ ପିଲାମାନେ ମଧ୍ୟ ସାମିଲ ହୋଇଥାନ୍ତି । ଆଉ ସବୁଠାରୁ ମୁଖ୍ୟ କଥା ହେଉଛି ଯେ ତାନ୍ତ୍ରିକ ମାନେ ବିନା ପାଉଣାରେ ଲୋକଙ୍କୁ ସାହାର୍ଯ୍ୟ କରିଥାନ୍ତି । ବିଶ୍ୱାସ କରାଯାଏ ଯେ ଯେତେବେଳେ ଲୋକମାନେ ନିଜ ଜୀବନରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହି କୋନହାରା ଘାଟରେ ପହଞ୍ଚି ପ୍ରାର୍ଥନା କରନ୍ତି । ଏହା ସମସ୍ୟା ଏବଂ ଅସୁବିଧାକୁ ଦୂର କରିଥାଏ । ତେବେ ବହୁ ପୁରାତନ କାଳରୁ ଏହି ପରମ୍ପରା ଚାଲି ଆସୁଥିବା ବେଳେ ମେଳା ସମୟରେ ଜିଲ୍ଲା ପ୍ରାଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାଲଡି ହୋଇଥାଏ ।

Advertisement

Leave a Reply

Your email address will not be published. Required fields are marked *