(ଭିଡିଓ) ବର୍ଷା ପାଣିରେ ବୁଡିଛି ପୁରା ଚେନ୍ନାଇ, ଏୟାରପୋର୍ଟ ଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ପଶିଛି ଆଣ୍ଠୁଏ ଆଣ୍ଠୁଏ ପାଣି ..
1 min readଚେନ୍ନାଇରେ ତାଣ୍ଡବ କରୁଛି ବାତ୍ୟା । ମିଗଜୋମ ଲ୍ୟାଣ୍ଡ କରିବା ପୂର୍ବରୁ ଦେଖାଉଛି ତା ଲୀଳା । ପ୍ରବଳ ବର୍ଷରେ ବେହାଲ ହୋଇ ପହିଛି ଚେନ୍ନାଇ । ରାସ୍ତା ଘାଟ, ଦୋକାନ ବଜାର ସବୁ କିଛି ପାଣିରେ ବୁଡ଼ିଯାଇଛି । ଏୟାରପୋର୍ଟ ଠାରୁ ଆରମ୍ଭ କରି ରାସ୍ତାରେ ପାଣି, ଆପାର୍ଟମେଣ୍ଟ ଭିତରେ ପଶିଗଲାଣି ବର୍ଷା ପାଣି । ବାତ୍ୟା ପୂର୍ବରୁ ଏହାର ଜଲୱା ଦେଖିବାକୁ ମିଳିଲାଣି । ଚେନ୍ନାଇରେ ଗତକାଲି ରାତିଠୁ ଲଗାଣ ବର୍ଷା ହେଉଛି । ପ୍ରଭାବରେ ଅନେକ ସ୍ଥାନରେ ପାଣି ଜମିଛି । ସହରର ଅନେକ ସ୍ଥାନରେ ଅଣ୍ଟାଏ ଉଚ୍ଚର ପାଣି ଜମିଲାଣି । ପରିସ୍ଥିତି ଏମିତି ହେଲାଣି କି ଅଣ୍ଟାଏ ଉଚ୍ଚର ପାଣି ରହିବା ଯୋଗୁଁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି । ଚେନ୍ନାଇର ଇଷ୍ଟକୋଷ୍ଟ ରୋଡ୍ରେ ପ୍ରବଳ ବର୍ଷା ଯୋଗୁଁ ନିର୍ମାଣାଧୀନ କାନ୍ଥ ଭୁଶୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।
ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟାଙ୍କଠାରୁ ଆରମ୍ଭ କରି ଅଫିସ୍ ସବୁ ବନ୍ଦ ଘୋଷଣା କରାଯାଇଛି । ଧିରେ ଧିରେ ପବନ ବଢ଼ୁଥିବାରୁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଲାଣି । ସମୟ ଯେତେ ବଢ଼ୁଛି ଲୋକଙ୍କ ମନରେ ଛନକା ସେତିକି ପଶିଛି । ସେପଟେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ବାତ୍ୟା ମିଗଜୋମ୍ । ୬ ଘଣ୍ଟା ହେଲା ଏହା ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଗତି କରୁଛି । ଚେନ୍ନାଇଠାରୁ ଏହା ୯୦ କିଲୋମିଟର ଦୂରରେ ଅଛି । ଏହା ଧୀରେ ଧୀରେ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରୁଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ଏହା ଭୀଷଣ ବାତ୍ୟାର ରୂପ ନେଇ ଆନ୍ଧ୍ର ଉପକୂଳରେ ଲାଣ୍ଡଫଲ୍ କରିବ ।