Pratidin TV

Odisha's Digital News Platform

ଜେଲରୁ ବାହାରିବେ ଅର୍ଚ୍ଚନା,ସୋମବାର ହାଇକୋର୍ଟ ପ୍ରଦାନ କରି ସାରିଛନ୍ତି ଜାମିନ..

1 min read

ବହୁ ଚର୍ଚ୍ଚିତ ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ଜେଲରୁ ବାହାରିବାକୁ ହେଉଛନ୍ତି ପ୍ରସ୍ତୁତ । ଗତକାଲି ତାଙ୍କୁ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ତେଣୁ ସେ ଆଜିକାଲି ଭିତରେ ଜେଲରୁ ବାହାରିବେ ବୋଲି ସୂଚନା ରହିଛି । ପୂର୍ବରୁ ଅର୍ଥାତ ଏପ୍ରିଲ ୧୧ରେ ନୟାପଲ୍ଲୀ ଥାନା ଅର୍ଚ୍ଚନାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ । ସେହିପରି ଅଗଷ୍ଟ ୨ରେ ଖଣ୍ଡଗିରି ଥାନା ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନରେ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଇଡି ମାମଲାରେ ଛନ୍ଦି ହୋଇ ଅର୍ଚ୍ଚନା ଦୀର୍ଘ ଦିନ ହେଲାଣି ଜେଲରେ ଥିଲେ । ତେବେ ଗତକାଲି ହାଇକୋର୍ଟ ତାଙ୍କୁ ଏହି ମାମଲାରେ ଜାମିନ୍ ପ୍ରଦାନ କରିଛନ୍ତି । ଗତବର୍ଷ ଅକ୍ଟୋବର ୬ରେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ । ବେଆଇନ୍ କାର୍ଯ୍ୟକଳାପ ,କଳାଟଙ୍କା ଓ ହନିଟ୍ରାପ ମାମଲା ସାମ୍ନାକୁ ଆସିବା ପରେ ଇଡି ଘଟଣାର ତଦନ୍ତ କରିଥିଲା । ପରେ ଡିସେମ୍ବର ୧୩ରେ ଇଡି ମଧ୍ୟ ତାଙ୍କୁ ଗିରଫ କରିଥିଲା । ତେବେ ତାଙ୍କୁ ଜାମିନ ମିଳି ଯାଇଛି । ଆଜି ବାକି କିଛି କାମ ଶେଷ ହେଲେ ଗତକାଲି ଅର୍ଥାତ ବୁଧୁବାର ସୁଧା ଜେଲରୁ ମୁକୁଳି ପାରନ୍ତି ଅର୍ଚ୍ଚନା ନାଗ ।

Advertisement

Leave a Reply

Your email address will not be published. Required fields are marked *