Pratidin TV

Odisha's Digital News Platform

ଭୋଟ୍ ବିଷୟରେ ଚିନ୍ତା ନକରି ଆତଙ୍କବାଦକୁ ମୁକାବିଲା କରିଥିଲେ,କାଶ୍ମୀର ପଣ୍ଡିତ ବିସ୍ଥାପିତ ହୋଇନଥାନ୍ତେ…

1 min read

ଲୋକସଭାରେ ଜାମ୍ମୁ କାଶ୍ମୀର ପୁନର୍ଗଠନ ଏବଂ ସଂରକ୍ଷଣ ବିଲ୍ ଉପରେ ହୋଇଥିବା ଆଲୋଚନାରେ ବିରୋଧିକୁ ଟାର୍ଗେଟ କଲେ ଗୃହମନ୍ତ୍ରୀ ଅମିତ ଶାହା । ୭୦ ବର୍ଷ ଧରି ଅବହେଳିତ ଓ ଅପମାନିତ ହୋଇଥିବା ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ଜାମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ଅଣାଯାଇଛି ବୋଲି ସେ କହିଛନ୍ତି । ଶାହା କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ପାଇଁ ଯାଇଛି ୪୫ ହଜାର ଲୋକଙ୍କ ଜୀବନ । ଏହା ସହ ପ୍ରାୟ ୪୬,୬୩୧ ପରିବାର ଏବଂ ୧,୫୭,୯୬୭ ଲୋକ ଦେଶକୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଥିଲେ । ସେହି ଲୋକଙ୍କୁ ଅଧିକାର ଦେବା ଏବଂ ନ୍ୟାୟ ଦେବା ପାଇଁ ସରକାର ଏ ବିଧେୟକ ଆଣିଛନ୍ତି । ଏହାବ୍ୟତୀତ ଯଦି ଭୋଟ୍ ବ୍ୟାଙ୍କ ବିଷୟରେ ଚିନ୍ତା ନକରି ଆତଙ୍କବାଦକୁ ମୁକାବିଲା କରାଯାଇଥାନ୍ତା ତେବେ କାଶ୍ମୀରୀ ପଣ୍ଡିତମାନଙ୍କୁ ଆଜି ବିସ୍ଥାପିତ ହେବାକୁ ପଡିନଥାନ୍ତା ବୋଲି ଅମିତ ଶାହା କହିଛନ୍ତି ।

ଖାଲି ସେତିକି ନୁହେଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୁହିଛନ୍ତି ଯେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନିଷ୍ପତ୍ତି ହେତୁ ଦୁଇଟି ଭୁଲ ହୋଇଛି । ଯାହା ଦ୍ୱାରା କାଶ୍ମୀରକୁ ବହୁ ବର୍ଷ ଯନ୍ତ୍ରଣା ଭୋଗିବାକୁ ପଡିଥିଲା । ପ୍ରଥମଟି ହେଉଛି ଅସ୍ତ୍ରବିରତି ଘୋଷଣା – ଯେତେବେଳେ ଆମର ସେନା ଜିତୁଥିଲା, ସେତେବେଳେ ପୂରା କାଶ୍ମୀର ହାତକୁ ଆସିବା ପର୍ବରୁ ସେ ଯୁଦ୍ଧ ବିରତି ଘୋଷଣା କରିଦେଲେ । ଯଦି ତିନି ଦିନ ପରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥାନ୍ତା । ତେବେ କାଶ୍ମର ଆଜି ଆମର ହୋଇ ଥାନ୍ତା । ଦ୍ୱିତୀୟଟି ହେଉଛି ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ଜାତିସଂଘକୁ ନେବା । ସେପଟେ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ଟାର୍ଗେଟ କରି ଅମିତ ଶାହା କହିଛନ୍ତି କି ଲୋକମାନେ କହୁଥିଲେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିଲେ ରାଜ୍ୟରେ ରକ୍ତର ନଦୀ ବୋହିବ । ହେଲେ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ରକ୍ତର ନଦୀ ବୋହିବା ଦୂରର କଥା ପଥର ଘୁଞ୍ଚାଇବାକୁ ମଧ୍ୟ କେହି ସାହାସ କରି ନାହାନ୍ତି । କାରଣ ଧାରା ୩୭୦ ପାଇଁ ଯାଇଥିଲା ୪୫ ହଜାର ଲୋକଙ୍କ ଜୀବନ ।

Leave a Reply

Your email address will not be published. Required fields are marked *