Pratidin TV

Odisha's Digital News Platform

ଦୁବାଇରୁ ଗିରଫ ହେଲେ ମହାଦେବ ବେଟିଂ ଆପର ମାଲିକ ରବି ଉପ୍ପଲ, ଖୁବଶୀଘ୍ର ଆସିବେ ଭାରତ..

1 min read

ଭାରତୀୟ ଯାଂଚ ଏଜେନ୍ସକୁ ସଫଳତା । ଦୀର୍ଘଦିନ ର ସଂଘର୍ଷ ପରେ ଗିରଫ ହେଲା ମାହାଦେବ ବେଟିଂ ଆପର ମାଷ୍ଟରମାଇଣ୍ଡ । ମହାଦେବ ଆପର ମାଲିକ ରବି ଉପ୍ପଲଙ୍କୁ ଦୁବାଇରେ ଗିରଫ କରାଯାଇଛି । ତାଙ୍କ ବ୍ୟତୀତ ଅନ୍ୟ ୨ ଅଭିଯୁକ୍ତଙ୍କୁୂ ବି ଗିରଫ କରାଯାଇଛି । ତେବେ ରବିଙ୍କୁ ଧରିବାକୁ ରେଡ ନୋଟିସ ଜାରି କରାଯାଇଥିଲା । ବର୍ତ୍ତମାନ ଭାରତର ଯାଂଚ ଏଜେନ୍ସ ଦୁବାଇ ସୁରକ୍ଷା ଏଜେନ୍ସିଂଙ୍କ ସହିତ ଯୋଗାଯୋଗରେ ରହିଛନ୍ତି । ମହାଦେବ ଆପରେ ରବି ଉପ୍ପଲ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ନୋଟିସ ଜାରି ହେବା ପରେ ଦୁବାଇ ପୋଲିସ ରବିଙ୍କୁ ଅଟକ ରଖିଥିବା କବର ଜଣା ପଡିଛି । ସେହିପରି ରବିଙ୍କ ବିରୋଧରେ ଛତିଶଗଡ ଓ ମୁମ୍ବାଇ ପୋଲିସ ଯାଂଚ ଚଳାଇଛି । ମହାଦେବ ବେଟିଂ ଆପକୁ ନେଇ ଇଡି ମଧ୍ୟ ଜୋରସୋରରେ ଖୋଳତାଡ କରୁଛି । ତେବେ ସୌରବ ଚନ୍ଦ୍ରାକରଙ୍କୁ ମଧ୍ୟ ଗିରଫ କରିବାକୁ ଚେଷ୍ଟା ଚଳାଇଛି । ସେ ରବିଙ୍କ ସହଯୋଗି ଅଟନ୍ତି । ଏକ ବିବୃତ୍ତିରେ ଦୁହେଁ ମହାଦେବ ଆପ୍ ଏବଂ ବେଟିଂ ସ୍କାମରେ ଜଡିତ ଥିବା କଥାକୁ ଅସ୍ୱୀକାର କରିଥିଲେ । ସେ ଏହାର ଦାୟିତ୍ୱ ଶୁଭମ୍ ସୋନିଙ୍କ ଉପରେ ପକାଇ ଦେଇଥିଲେ ।

ୟୁଏଇରେ ଥିବା ଭାରତୀୟ ଦୂତାବାସରୁ ଶୁଭମ୍ ସୋନିଙ୍କ ବୟାନ ଇଡି ନେଇସାରିଛି ।ଦୁବାଇରେ ବସିଥିବା ପ୍ରମୋଟରମାନେ ୬୦ ରୁ ଅଧିକ ବେଆଇନ ଅନଲାଇନ୍ ବେଟିଂ ଆପ୍ ମାଧ୍ୟମରେ ସ୍କାମ କରୁଥିବା ଅଭିଯୋଗ ହୋଇଛି । ଇଡି ଦାବି କରିଛି ଯେ ଏହା ପ୍ରାୟ ୬ ହଜାର କୋଟି ଟଙ୍କା । ଏହି ମାମଲାରେ ଇଡି ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

Advertisement

ରବିଙ୍କ ଗିରଫ ପରେ ତାଙ୍କୁ ଦୁବାଇରୁ ଭାରତ ପଠାଇବା ପାଇଁ ଇଡି ଅଧିକାରୀମାନେ ଦୁବାଇ କତ୍ତୁପକ୍ଷଙ୍କ ସହ ଯୋଗାଯୋଗ କରୁଛନ୍ତି । ଛତିଶଗଡ ପୋଲିସ ଏବଂ ମୁମ୍ବାଇ ପୋଲିସ ବ୍ୟତୀତ ଅପପାଲଙ୍କୁ ବେଆଇନ ବେଟିଂ ସହ ଜଡିତ ଅର୍ଥ ହେରଫେର ମାମଲାଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମହାଦେବ ବୁକ୍ ବେଟିଂ ଆପ୍କୁ ବ୍ୟାନ୍ କରି ଦିଆଯାଇଥିଲା । ଇଡିର ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏହି ବେଟିଂ ଆପ୍ ମାମଲାରେ ମୁମ୍ବାଇ, କୋଲକାତା, ଭୋପାଳ ସମେତ ୩୯ଟି ସ୍ଥାନରେ ଚଢ଼ାଉ କରି ୪ଶହ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଜବତ କରିଛି ଇଡି । ଏଥିସହ ବହୁ ବଲିଉଡ୍ ସେଲିବ୍ରିଟିଙ୍କୁ ବି ପଚରାଉଚରା କରାଯାଇଛି ।ରେ ଇଡି ଯାଞ୍ଚ କରୁଛି ।

Leave a Reply

Your email address will not be published. Required fields are marked *