Pratidin TV

Odisha's Digital News Platform

ହୃଦଘାତର ଶିକାର ହେଲେ ଅଭିନେତା ଶ୍ରେୟସ୍ ତାଲପେଡ୍ , ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି ….

1 min read

ମୁମ୍ବାଇ ; ପୁଣି ବଲିଉଡ୍‌ରୁ ଦୁଃଖଦ ଖବର । ୧୪.୧୨.୨୩ ଅର୍ଥାତ୍ ଗୁରୁବାର ଦିନ ମୁମ୍ବାଇରେ ସୁଟିଂ ଶେଷ କରିବା ପରେ ଅଭିନେତା ଶ୍ରେୟାସ ତାଲପଡେ ହୃଦଘାତର ଶିକାର ହୋଇଥିଲେ।

ଅଭିନେତାଙ୍କ ନିକଟ ସୂତ୍ର ଅନୁଯାୟୀ, ଅଭିନେତା ଶ୍ରେୟସ୍ (୪୭) ‘Welcome to Jungle’ ପାଇଁ ସୁଟିଂ କରୁଥିଲେ ଏବଂ ସନ୍ଧ୍ୟାରେ ସେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ତୁରନ୍ତ ମୁମ୍ବାଇର ଅନ୍ଧେରୀ ୱେଷ୍ଟର ବେଲେ ଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଶ୍ରେୟସଙ୍କ ଚିକିତ୍ସା କରୁଥିବା ବେଳେ ତାଙ୍କ ଆଞ୍ଜିଓପ୍ଲାଷ୍ଟ୍ରି କରାଯାଇଥିବା ସୂଚନା ଦେଇଛନ୍ତି ଡାକ୍ତର । ସେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି । ବହୁ ହିନ୍ଦୀ ଚଳଚ୍ଚିତ୍ର ସହିତ ମରାଠୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ଶ୍ରେୟସ ତଲପଡେ ।

ତେବେ ଶ୍ରେୟସ ଗୋଲମାଲ, ଓମ ଶାନ୍ତି ଓମ୍ ,ଦିଲ୍ ଦୋସ୍ତି , ମିର୍ଚି , ଆପନା ସପନା ମନି ମନି ଭଳି ଅନେକ ଚଳଚିତ୍ରରେ କାମ କରି ପ୍ରଶଂସକ ହୃଦୟ ଜିତିଥିଲେ ।

Leave a Reply

Your email address will not be published. Required fields are marked *