Pratidin TV

Odisha's Digital News Platform

ଶିମିଳିପାଳରେ ମହାବଳ ଲଢେଇ

1 min read

ଆଜି ଶିମିଳିପାଳରେ ହୋଇଛି ମହାବଳ ଲଢ଼େଇ । ଦୁଇଟି ମହାବଳ ବାଘ ମୁହାଁମୁହିଁ ହୋଇଛନ୍ତି । ଟି-୩୧ ଓ ଟି- ୩୫ ମଧ୍ୟରେ ଏହି ବିଗ୍ ଫାଇଟ ହୋଇଛି । ଉଭୟଙ୍କ ମଧ୍ୟରୁ ଟି ୩୫ ଅପେକ୍ଷାକୃତ ଭାବେ ଟି ୩୧ ଅପେକ୍ଷା ଯୁବ ବୟସର । ନିର୍ଦ୍ଦିଷ୍ଟ ଜଙ୍ଗଲରେ ନିଜର ଏକଚାଟିଆ ଆଧିପତ୍ୟ ପାଇଁ ଏହି ୨ବାଘ ମଧ୍ୟରେ ଲଢେଇ ହୋଇଥିଲା । ଶିମିଳିପାଳରେ ଦୁଇ ବାଘଙ୍କ ଲଢ଼େଇର ଦୃଶ୍ୟ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟ୍ୱିଟରେ ଛଡ଼ାଯାଇଛି ।

ସ୍ଥିତି ଉପରେ ନଜର ରଖାଯାଇଛି । ଶିମିଳିପାଳରେ ଏବେ ୩୫ମହାବଳ ଅଛନ୍ତି । ଏବେ ଚାଲିଥିବା ବାଘ ଗଣନା ବେଳେ କ୍ୟାମେରା ଟ୍ରାପରୁ ଏହା ଜଣାପଡ଼ିଥିବା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଜାନୁଆରୀ ୧୫ପରେ ରାଜ୍ୟର ବାଘ ଗଣନା ରିପୋର୍ଟ ଆସିଲେ ଚିତ୍ର ସ୍ପଷ୍ଟ ହେବ । ଶିମିଳିପାଳରେ ଅଛନ୍ତି ୨ ବିରଳ କଳାବାଘ ।

Leave a Reply

Your email address will not be published. Required fields are marked *