Pratidin TV

Odisha's Digital News Platform

ଦେଖୁ ଦେଖୁ ଜଳିଗଲା ଦୁଇଚାକିଆ ଯାନ

1 min read

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଆହାର କେନ୍ଦ୍ର ସମ୍ମୁଖରେ ଥିବା ଏକ ୱେଲ୍ଡିଂ ଗ୍ୟାରେଜ ସମ୍ମୁଖରେ ଏକ ଦୁଇ ଚକିଆ ଯାନ କୌଣସି କାରଣରୁ ଜଳି ପାଉଁଶ ହୋଇଥିବା ଦେଖିବାକୁ ମିଳିଛି ସୂଚନା ଅନୁସାରେ ଖଡ଼ିଆଳ ଥାନା ବିରିଘଟ ଗ୍ରାମର ସୁଦର୍ଶନ ହଂସ ଙ୍କ ଗାଡ଼ି ଓଡ଼ି ୦୩ଭି ୭୮୫୦ ପଲସରକୁ ନିଜ ସମ୍ପର୍କୀୟ ମାନେ ଗାଡ଼ି ଧରି ଖଡ଼ିଆଳ ସହର କୁ କୌଣସି କାର୍ଯ୍ୟ ରେ ଆସିଥିଲେ।

Advertisement

ସେମାନେ ଗାଡ଼ି କୁ ଗୋଟିଏ ଫେବିରିକେଶନ୍ ୱେଲ୍ଡିଂ ଗରେଜ୍ ସମ୍ମୁଖ ରେ ରଖି ଖାଦ୍ୟ ଖାଇବାକୁ ସମ୍ମୁଖରେ ଥିବା ଆହାର କେନ୍ଦ୍ରକୁ ଯାଇଥିଲେ। ହେଲେ ଏତିକି ସମୟରେ ଗାଡି ରେ ନିଆଁ ଲାଗି ଧୁଁ ଧୁଁ ହୋଇ ଜଳି ଯାଉଥିଲା ।

ଏହାକୁ ଦେଖି ପାଖରେ ଥିବା ଲୋକେ ନିଆଁ କୁ ଆୟତ କରିବା ସହ ଦମକଳ ବାହିନୀ କୁ ଯୋଗ ଯୋଗ କରିଥିଲେ।ଏନେଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ନିୟନ୍ତ୍ରଣ କରିବା ସହ ଘଟଣା ର ତଦନ୍ତ କରିଥିଲେ। ହେଲେ ଏନେଇ ଏହି ଦୁର୍ଘଟଣାକୁ ୱେଲ୍ଡିଗ କାର୍ଯ୍ୟ ଦ୍ଵାରା ନା ସଟ ସର୍କିଟ ଯୋଗୁଁ ହୋଇଥିବା ନେଇ ପ୍ରଶ୍ନବାଚି ସୃଷ୍ଟି କରୁଛି। ଏହା ସର୍ଟ ସର୍କିଟ ଯୋଗୁଁ ଗାଡ଼ିଟି ପୋଡ଼ି ଯାଇଥିବା ପ୍ରକାଶ କରିଛନ୍ତି।ଏଥିରେ ଦମକଳ ବାହିନୀର ରାଜେଶ କୁମାର ସେଠୀ, ଚୋଲାମନି ସାହୁ, ମନୋଜ କୁମାର ଭୋଇ, ହରିହର ବରିହା, ଖିରିଦ୍ରୋ ଧାରୁଆ ପ୍ରମୁଖ ସାମିଲ ହୋଇ ନିଆଁ କୁ ନିୟନ୍ତ୍ରଣ କରିଥିଲେ।

Leave a Reply

Your email address will not be published. Required fields are marked *