Pratidin TV

Odisha's Digital News Platform

ଟୋଲ କର୍ମଚାରୀଙ୍କୁ ଗିରଫ ପରେ ‘ସିଲ୍ ହେଲା ମୁଣ୍ଡୁଳି ଟୋଲ ଗେଟ୍ ‘

1 min read

କଟକ : ସିଲ୍ ହେଲା ମୁଣ୍ଡୁଳି ଟୋଲ ଗେଟ୍ । ପର୍ଯ୍ୟଟକ ଓ ଟୋଲ କର୍ମଚାରୀଙ୍କ ସଂଘର୍ଷ ପରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ସନ୍ଧ୍ୟାରେ ପୁଲିସ ଉପସ୍ଥିତିରେ ମୁଣ୍ଡଳି ଟୋଲ୍ ଗେଟକୁ ଅନ୍ୟାଦେଶ ପର୍ଯ୍ୟାନ୍ତ ସିଲ୍ କରାଯାଇଛି ।

ସୂଚନାଯୋଗ୍ୟ ଯେ ଗତକାଲି ଛତିଶଗଡରୁ ୨ଟି ବସରେ ଟୁରିଷ୍ଟମାନେ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବାକୁ ଆସିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ପୁରୀ ଓ ନନ୍ଦନକାନନ ବୁଲି ପର୍ଯ୍ୟଟକ ମାନେ ଛତିଶଗଡ଼ ଫେରୁଥିଲେ। ମୁଣ୍ଡଳି ଟୋଲ ଗେଟରେ କର୍ମଚାରୀମାନେ ବସ୍ ଡ୍ରାଇଭରକୁ ଗେଟରେ ପାରି ହେବା ପାଇଁ ଅର୍ଥ ରାଶି ମାଗିଥିଲେ। ଧାର୍ଯ୍ୟ ରାଶି ଠାରୁ ଟୋଲ ଗେଟ୍ କର୍ମଚାରୀ ଅଧିକ ଟଙ୍କା ମାଗିଥିବା ବସ୍ ଡ୍ରାଇଭର ଅଭିଯୋଗ କରିଥିଲେ।

Advertisement

ପଇସା ନ ଦେଲେ ବସ୍ ଛଡ଼ାଯିବ ନାହିଁ ଟୋଲ ଗେଟ୍ କର୍ମଚାରୀ ବସ୍ ଡ୍ରାଇଭରକୁ କହିଥିଲେ। ପରେ ଏହି କଥାକୁ ନେଇ ଟୋଲ ଗେଟ୍ କର୍ମଚାରୀ ଓ ବସ୍ ଡ୍ରାଇଭର ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୁପ ନେଇଥିଲା। ଉଭୟଙ୍କ ମଧ୍ୟରେ ଭୟଙ୍କର ମାରପିଟ୍ ହୋଇଥିଲା । ଟୁରିଷ୍ଟ, ଡ୍ରାଇଭର ଓ କର୍ମଚାରୀଙ୍କ ମଧ୍ୟରେ ଠେଙ୍ଗାବାଡ଼ି ମାଡପିଟ୍ ହୋଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ଏହି ସମୟର ଦୃଶ୍ୟ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଜୋରରେ ଭାଇରାଲ ହୋଇଥିଲା ।

Leave a Reply

Your email address will not be published. Required fields are marked *