Pratidin TV

Odisha's Digital News Platform

ରାତି ଅଧରେ ଭଦ୍ରକ ଚିକିତ୍ସାଳୟରେ ଲାଗିଲା ନିଆଁ …

1 min read

ଭଦ୍ରକ : ଭଦ୍ରକବାସୀଙ୍କ ଉପରୁ ଟଳିଗଲା ବଡ ଵିପଦ ଜଗା କରିଦେଲା ରକ୍ଷା । ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଉଟଡୋରରେ ଲାଗିଥିବା ACର ଆଉଟଡୋରର ଚ୍ୟାମ୍ବରଟି ହୁତୁହୁତ ହୋଇ ଜଳି ଉଠିଥିଲା। ଯାହାକୁ ନେଇ ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଓ କର୍ମଚାରୀ, ଡାକ୍ତର ସମସ୍ତେ ଭୟଭୀତ ହୋଇଥିଲେ।

ଚିକିତ୍ସାଳୟରେ ହଠାତ୍ ଏଭଳି ନିଆଁ ଲାଗିଯିବାରୁ ସମସ୍ତେ ଏଣେତେଣେ ଭୟଭୀତ ହୋଇ ଦୌଡ଼ି ଥିଲେ। ତୁରନ୍ତ ଦମକଳ ବାହିନୀକୁ ଫୋନ କରିଥିଲେ ମଧ୍ୟ ଦମକଳ ବାହୀନ ବିଳମ୍ବରେ ଆସିଥିଲେ। ଏହାପରେ ଟାଉନଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା। ଅନ୍ୟପଟେ ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟରେ ଇଲେକ୍ଟ୍ରିସିଆନ ପହଞ୍ଚି ବିଦ୍ୟୁତ କାଟିବା ସହ AC କନେକସନ କାଟି ନିଆଁକୁ ନିଜ ଆୟତ୍ତକୁ ନେଇଥିଲା।

Advertisement

ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଦମକଳ ବାହୀନ ବିଳମ୍ବରେ ପହଞ୍ଚି ଔପଚାରିକ ଭାବରେ ଯାଞ୍ଚ କରି ଫେରିଥିଲେ। ମଧ୍ୟ ରାତିରେ ଆଉଟଡୋରରେ ଗହଳି ନଥିଲା ମଧ୍ୟ କାର୍ଯ୍ୟରତ ଡାକ୍ତର, କର୍ମଚାରୀ, ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମାନେ ବଡ ଧରଣର ବିପଦରୁ ରକ୍ଷା ପାଇଥିଲେ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ୧୮ ଲକ୍ଷ ଲୋକଙ୍କ ସମେତ ଆଖପାଖ ଜିଲ୍ଲାର ଲୋକମାନେ ନିର୍ଭର କରୁଥିଲେ ମଧ୍ୟ ଏପରି ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *