Pratidin TV

Odisha's Digital News Platform

ଐତିହାସିକ ଲ୍ୟାଣ୍ଡିଂ ରେକର୍ଡ କରିବ ଚନ୍ଦ୍ରଯାନ-୩ ; ପଠାଇଲା ଜହ୍ନର ଏଭଳି ଫଟୋ…

1 min read

ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିବ । ଏନେଇ ଇସ୍ରୋ ସେୟାର କଲା ଜହ୍ନ୍ରର ଅତି ନିକଟବର୍ତ୍ତୀ ଫଟୋ । ଚନ୍ଦ୍ରୟାନ-୩ ରୁ ଆସିଲା ଜହ୍ନର ନୂଆ ଫଟୋ । ବର୍ତ୍ତମାନ ଜହ୍ନଠାରୁ ମାତ୍ର ୭୦ କିଲୋମିଟର ଦୂରରେ ରହିଛି ଚନ୍ଦ୍ରୟାନ । ଅଗଷ୍ଟ ୨୩ ବୁଧବାର ଏକ ଐତିହାସିକ ଲ୍ୟାଣ୍ଡି କରିବ ବିକ୍ରମ । ଗତକାଲି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ । ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ପ୍ରଥମ ଦେଶ ହେବାକୁ ଯାଉଛି ।ଏହା ପୂର୍ବରୁ ଜହ୍ନର ଅତି ନିକଟତର ଫଟୋ ପଠାଇଛି ଚନ୍ଦ୍ରୟାନ-୩ ।

ସୂଚନା ଅନୁଯାୟୀ ଲ୍ୟାଣ୍ଡର ୩୦ କିଲୋମିଟର ଉଚ୍ଚତାରୁ ଅବତରଣ କରିବ । ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ କରାଯିବ । ଯଦି ସେଥିରେ କିଛି ସମସ୍ୟା ଦେଖାଦିଏ ତେବେ ଚନ୍ଦ୍ରୟାନ- ତିନିର ଅବତରଣକୁ ସ୍ଥଗିତ କରାଯାଇପାରେ। ଆସନ୍ତାକାଲି ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ ହେବ ଅବତରଣ ପ୍ରକ୍ରିୟା ଏବଂ ସନ୍ଧ୍ୟା ୬ଟା ୪ରେ ଏହା ଚନ୍ଦ୍ରପୃଷ୍ଠକୁ ଛୁଇଁବ। ଅର୍ଥାତ୍ ୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ମାତ୍ର ୧୯ ମିନିଟ୍ ଭିତରେ ୩୦ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ଚେଷ୍ଟା କରିବ।

Advertisement

ତେବେ ଚନ୍ଦ୍ରୟାନ୩ ର ସକୁଶଳ ଲ୍ୟାଣ୍ଡି ନିମନ୍ତେ ଭାରତୀୟ ମାନେ ପୂଜାପାଠ କରୁଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି । ଯେହେତୁ ଭାରତକୁ ଏକ ଧାର୍ମିକ ଦେଶର ମାନ୍ୟତା ମିଳିଛି । ତେଣୁ ଏଠିକାର ଲୋକମାନେ ପ୍ରତ୍ୟକ ଛୋଟ ବଡ କାର୍ଯ୍ୟ ପୂର୍ବରୁ ଇଶ୍ୱରଙ୍କୁ ସ୍ମରଣ କରିବା ସହ ପୂଜା ପାଠ କରିଥାନ୍ତି । ଏଠି ସାଧାରଣ ମଣିଷ ଠାରୁ ଆରମ୍ଭ କରି ବଡ ବଡ ବୈଜ୍ଞାନିକ ଯଥା ଡାକ୍ତମାନେ ମଧ୍ୟ ପୂଜା ପାଠ ଓ ଭଗବାନରେ ଅତ୍ୟନ୍ତ ବିଶ୍ୱାସ ରଖିଥାନ୍ତି ।

Leave a Reply

Your email address will not be published. Required fields are marked *