ବର୍ବରତାର ସବୁ ସୀମା ପାର, ସ୍ୱାମୀ ସାମ୍ନାରେ ମହିଲାଙ୍କୁ ଗଣ ଦୁଷ୍କର୍ମ…
1 min read
ଚଣ୍ଡିଗଡ: ଦିନକୁ ଦିନ ବଢି ଚାଲିଛି ଅପରାଧିକ କାର୍ଯ୍ୟକଳାପ । ଅତ୍ୟାଚାରିତ ହେଉଛନ୍ତି ମହିଳା ମନେ । କେତେବେଳେ କୁନି ନାବାଳିକା ଗଣ ଦୁଷ୍କର୍ମର ଶୀକାର ହେଉଛି ତ ଆଉ କେତେବେଳେ ବୃଦ୍ଧା ମହିଳା ମଧ୍ୟ ଏଥିରୁ ବାଦ୍ ପଡୁ ନାହାନ୍ତି । ସେହିପରି ଚଣ୍ଡିଗଡ ହରିୟାଣାରୁ ଆସିଛି ଏକ ଲୋମହର୍ଷଣ କାରୀ ଖବର । ପରିବାର ସମୁଖରେ ୩ଜଣ ମହିଳାଙ୍କୁ କରାଯାଇଛି ଦୁଷ୍କର୍ମ । ରାତି ଅଧରେ ଘରେ ପଶି ମହିଳା ମାନଙ୍କୁ ଦୁଷ୍କର୍ମ କରିବା ସହ ଘରୁ ଚୋରୀ ଡକାୟତି କରି ଫେରାର ହୋଇଯାଇଛନ୍ତି କିଛି ଦୁବୁର୍ତ୍ତ ।
ସୂଚନା ମୁତାବକ ହରିୟାଣା ପାନିପଥ ଜିଲ୍ଲାରେ ୩ ଜଣ ମହିଲାଙ୍କୁ ସେମାନଙ୍କ ସ୍ୱାମୀ ଓ ପିଲା ମାନଙ୍କ ସାମ୍ନାରେ ଦୁଷ୍କର୍ମ କରିଛନ୍ତି କିଛି ଦୁବୁର୍ତ୍ତ । ବୁଧୁବାର ବିଳମ୍ବିତ ରାତି ୧ଟା ସମୟରେ ୪ ଜଣ ମୁଖା ପିନ୍ଧା ଦୁବୁର୍ତ୍ତ ମାନେ ହଠାତ ଘର ଭିତରକୁ ପଶି ଆସିଥିଲେ । ଆଉ ଘରେ ସମସ୍ତେ ଶୋଇଥିବା ବେଳେ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭିତ କରିଥିଲେ । ସ୍ୱାମୀ ଓ ପିଲା ମାନଙ୍କୁ ବାନ୍ଧି ଦେଇ ଗୋଟିଏ କୋଠରୀକୁ ନେଇ ଯାଇଥିଲେ । ପରେ ଘର ଭିତରେ ଥିବା ତିନିଜଣ ମହିଲାଙ୍କୁ ବାହାରକୁ ନେଇ ଦୁଷ୍କର୍ମ କରିଥିଲେ । ଏପରିକି ପାଟି କରିଲେ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଦୁଷ୍କର୍ମ କରିବା ପରେ ଦୁବୁର୍ତ୍ତ ମାନେ ଘରେ ଥିବା ସୁନା ଗହଣା ଅଳଙ୍କାର ଓ ଟଙ୍କା ଝାମ୍ପି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।
ଏନେଇ ଥାନାରରେ ଅଭିଯୋଗ ପରେ ପୋଲିସ ଘଟଣାର ଖୋଳତାଡ କରିଥିଲା । ତେବେ ଦୁବୁର୍ତ୍ତମାନେ ସେହିଭଳି ଅନ୍ୟ ଜଣଙ୍କ ଘରୁ ମଧ୍ୟ ଲୁଟ କରି ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଦୁଷ୍କର୍ମର ଶୀକାର ହୋଇଥିବା ମହିଳା ଅଭିଯୋଗ କହିଥିଲେ ଯେ ଏକ ମାସ ପୂର୍ବରୁ ତାଙ୍କ ପରିବାରକୁ ସେହି ସ୍ଥାନ ଛାଡିବା ପାଇଁ ଧମକ ମିଳିଥିଲା । ତେବେ ଧମକ ଦେଇଥିବା ବ୍ୟକ୍ତିଙ୍କ ଦ୍ୱାରା ଏପରି ଅପରାଧିକ କାର୍ଯ୍ୟ ହୋଇଥାଇ ପାରେ ବୋଲି ।